ରାଜ୍ୟ ପୋଲିସ ମୁଖ୍ୟାଳୟରୁ ତ୍ରିପୁରା ଡିଜିପି ଅନୁରାଗ ଧନଖରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ତାଙ୍କ ମୃତ୍ୟୁ ପରେ ପୋଲିସ ମହଲରେ ଚର୍ଚ୍ଚା ଧରିଛି । ଅଗରତାଲା ଜିବି ହସପିଟାଲରେ ତାଙ୍କ ମୃତଦେହ ରହିଛି । କେଉଁ ପରିସ୍ଥିତିରେ ଏଭଳି ପଦକ୍ଷେପ ନେଇଛନ୍ତି, ତାହାର ତଦନ୍ତ କରାଯାଉଛି ।ଧନଖଡ ୧୯୯୪ ବ୍ୟାଚ୍ ର ଆଇପିଏସ୍ ଅଧିକାରୀ । ଧନଖଡ଼ଙ୍କ ମୃତ୍ୟୁ ପରେ ଏଜେନ୍ସୀ ଯାଞ୍ଚ କରୁଛି । ନିଜ ସର୍ଭିସ ପିସ୍ତଲରେ ନିଜକୁ ଗୁଳି ମାରିଛନ୍ତି । ଏହି ଘଟଣା ପରେ ତାଙ୍କୁ ତୁରନ୍ତ ଅଗରତାଲର ଜିବି ହସପିଟାଲରେ ଭର୍ତ୍ତି କରାଯାଇଥିଲ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଅନୁରାଗ ଧନଖର ୨୦୨୫ ମସିହାରେ ତ୍ରିପୁରାର ଡିଜିପି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ।
