ନାଲି ଚା ବା ବ୍ଲାକ୍ ଟି ଆଜିର ସମୟରେ ସବୁଠାରୁ ଲୋକପ୍ରିୟ ପାନୀୟମାନଙ୍କ ମଧ୍ୟରୁ ଗୋଟିଏ। ଜାପାନର ଯୁବପିଢି ଓ ବୟସ୍କ ଲୋକ ନିୟମିତ ଭାବେ ନାଲି ଚା’ ପିଉଥିବାରୁ ସେମାନଙ୍କ ଶାରୀରିକ ସାମର୍ଥ୍ୟ ଭଲ ରହିଥାଏ ବୋଲି ଟୋକିଓ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି।ସାଧାରଣତଃ କ୍ଷୀର ବିନା ପ୍ରସ୍ତୁତ ହେଉଥିବା ଏହି ଚାରେ ଚା ପତ୍ରର ପ୍ରାକୃତିକ ସ୍ୱାଦ ଓ ସୁଗନ୍ଧ ଅଧିକ ମିଳିଥାଏ । ଏହାରେ ଥିବା ଆଣ୍ଟିଅକ୍ସିଡେଣ୍ଟ, ପଲିଫେନଲ୍ ଓ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ଶରୀରକୁ ବିଭିନ୍ନ ପ୍ରକାରର ଲାଭ ପ୍ରଦାନ କରିଥାଏ। ତେବେ ଯେକୌଣସି ପାନୀୟ ପରି ନାଲି ଚାକୁ ମଧ୍ୟ ସୀମିତ ପରିମାଣରେ ପିଇବା ଉଚିତ । ତେବେ ନିୟମିତ ଏବଂ ସୀମିତ ପରିମାଣରେ ନାଲି ଚା ପିଇବା ରକ୍ତ ସଞ୍ଚାଳନକୁ ସହଯୋଗ କରିପାରେ ଏବଂ ହୃଦୟର ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇପାରେ।ପ୍ରତିଦିନ ସକାଳେ ଅଧାକପ ନାଲି ଚା’ ପିଇଲେ ଶରୀରର ଚର୍ବି କମ୍ ହେବା ସହ ଓଜନ ନିୟନ୍ତ୍ରିତ ହୋଇଥାଏ। ଏହାସହ ନାଲି ଚା’ ପିଇବା ଦ୍ୱାରା ଶରୀରରେ କୋଲେଷ୍ଟରଲ ନିୟନ୍ତ୍ରିତ ରହିବା ସହ ରକ୍ତସଞ୍ଚାଳନ ଭଲ ଭାବରେ ହୁଏ।ନାଲି ଚା’ ପିଇଲେ କ୍ୟାନସର ପ୍ରତିରୋଧ ଶକ୍ତି ବୃଦ୍ଧି ପାଏ। ଏହା ମାନସିକ ଚାପ କମ୍ କରେ। ନାଲି ଚା’ ପିଇବା ଦ୍ୱାରା ପାଚନ ପ୍ରକ୍ରିୟା ଭଲ ହେବା ସହ ପେଟରୋଗ ଦୂର ହୁଏ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି।ନାଲି ଚାରେ ଥିବା କ୍ୟାଫିନ୍ ସୀମିତ ମାତ୍ରାରେ ଶରୀରକୁ ସତେଜ ଅନୁଭବ କରାଇବା ସହ ଏକାଗ୍ରତା ବଢ଼ାଇବାରେ ସହାୟକ ହୋଇପାରେ। ଅଫିସ୍ କିମ୍ବା ପଢ଼ା ସମୟରେ ଅନେକ ଲୋକ ଏହାକୁ ପସନ୍ଦ କରନ୍ତି।ନାଲି ଚାରେ ଥିବା କିଛି ଉପାଦାନ ଶରୀରର ସାମଗ୍ରିକ ପ୍ରତିରୋଧକ କ୍ଷମତାକୁ ସମର୍ଥନ କରିପାରେ,ହେଲେ ଏହା କୌଣସି ଚିକିତ୍ସାର ବିକଳ୍ପ ନୁହେଁ।
