ଜାନୁଆରୀ ୨୨ରେ ରାମମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ନେଇ ସାରା ଦେଶ ଓ ବିଶ୍ୱରେ ପ୍ରଭୁ ରାମ ପ୍ରେମୀମାନେ ଆନନ୍ଦିତ ଅଛନ୍ତି । ପ୍ରାୟ ୮୦୦୦ ଅତିତିଥିଙ୍କୁ ନିମନ୍ତ୍ରଣ କରାଯାଇଛି |ତେବେ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଆ ଗାୟିକା ନମିତା ଅଗ୍ରଓ୍ବାଲଙ୍କ କଣ୍ଠରେ ରାମ ଭଜନର ଏକ ଭିଡିଓ ଏକ୍ସରେ ଶେୟାର କରିଛନ୍ତି। ଭିଡିଓ ଶେୟାର କରି ସେ କହିଛନ୍ତି, ଭାରତର ପ୍ରତ୍ୟେକ କୋଣରେ ପ୍ରଭୁ ଶ୍ରୀ ରାମଙ୍କ ପ୍ରତି ଭକ୍ତି ଅଛି। ପ୍ରତ୍ୟେକ ଭାଷାରେ ମଧ୍ୟ ଆପଣ ତାଙ୍କ ପାଇଁ ଉତ୍ସର୍ଗୀକୃତ ଅନେକ ଭଜନ ପାଇବେ।
ଓଡିଆରେ ଏହିପରି ଗୋଟିଏ ପ୍ରୟାସ ହୋଇଛି। ପ୍ରଧାନମନ୍ତ୍ରୀ ଶେୟାର କରିଥିବା ଭିଡିଓର ଶୀର୍ଷକଟି ହେଉଛି, ଅଯୋଧ୍ୟା ନଗରୀ ନାଚେ ରାମଙ୍କ ପାଇଁ …। ଏହା ସମସ୍ତ ଓଡ଼ିଆ ଗୀତ ପ୍ରେମୀଙ୍କ ପାଇଁ ଖୁସିର କଥା ଅଟେ |