ଖ୍ୟାତନାମା ଗାୟକ ଉସ୍ତାଦ ରଶିଦ ଖାନ୍ ଆଉ ନାହାନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନରୁ ଅସୁସ୍ଥ ଥିଲେ ଓ କୋଲକାତାରେ ତାଙ୍କର ଚିକିତ୍ସା ହେଉଥିଲା। ରାସିଦ ପ୍ରୋଷ୍ଟେଟ କ୍ୟାନସରରେ ଆକ୍ରାନ୍ତ ଥିଲେ। ତେବେ ରଶିଦଙ୍କ ପରଲୋକ ଖବର ସାମ୍ନାକୁ ଆସିବା ପରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି। ବୁଧବାର ତାଙ୍କର ଅନ୍ତିମସଂସ୍କାର କରାଯିବ ବୋଲି ଜଣାପଡ଼ିଛି।ଡିସେମ୍ବରରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଗତ କିଛି ଦିନ ହେବ ସେ ଆଇସିୟୁରେ ଭେଣ୍ଟିଲେଟରରେ ଥିଲେ।ଉତ୍ତରପ୍ରଦେଶର ବଦାୟୁଁରେ ଜନ୍ମିତ ରାସିଦ ଖାନ ଓସ୍ତାଦ ଗୁଲାମ ମୁସ୍ତଫା ଖାନଙ୍କ ପୁତୁରା ଥିଲେ।
ସେ ତାଙ୍କର ପ୍ରାରମ୍ଭିକ ସଙ୍ଗୀତ ପ୍ରଶିକ୍ଷଣ ତାଙ୍କ ଅଜା ନିଶାର ହୁସୈନ ଖାନଙ୍କଠାରୁ ଗ୍ରହଣ କରିଥିଲେ। ରାସିଦ ଓସ୍ତାଦ ରାମପୁର-ସହବାନ ଘରାନେର ଗାୟକ ଥିଲେ। ମାତ୍ର ୧୧ ବର୍ଷ ବୟସରେ ସେ ତାଙ୍କର ପ୍ରଥମ ମଞ୍ଚ ପ୍ରସ୍ତୁତି ଦେଇଥିଲେ। ଓସ୍ତାଦ ରାସିଦ ଖାନ ଶାହିଦ କପୁର ଓ କରିନା କପୁରଙ୍କ ଫିଲ୍ମ ‘ଜବ ୱି ମେଟ୍’, ‘ମାଇଁ ନେମ ଇଜ୍ ଖାନ’, ‘ରାଜ-୩’, ‘ମଣ୍ଟୋ’ ଓ ‘ଶାଦି ମେଁ ଜରୁର ଆନା’ ଭଳି ଫିଲ୍ମରେ କଣ୍ଠଦାନ କରିଥିଲେ।