‘ଫାଇଟର୍‌’ ଟ୍ରେଲରରେ ନଆସି କହିଲେ ମୁଁ ଅସୁସ୍ଥ

ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ଅଭିନୀତ ଏରି୍‌ଅଲ ଆକ୍ସନ ଡ୍ରାମା ‘ଫାଇଟର୍‌’। ତାହାର ଦମ୍‌ଦାର ଟ୍ରେଲର ମକର ସଂକ୍ରାନ୍ତି ଅବସରରେ ଅର୍ଥାତ୍‌ ଜାନୁଆରି ୧୫ରେ ରିଲିଜ ହୋଇଛି।ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅନିଲ କପୁର, ଅକ୍ଷୟ ଓବରାୟ ଏବଂ କରଣ ସିଂ ଗ୍ରୋଭର ମଧ୍ୟ ଅଭିନୟ କରିଛନ୍ତି। ତେବେ ଟ୍ରେଲର ରିଲିଜ ହେବା ପୂର୍ବରୁ ଦୀପିକା ପାଦୁକୋନ ଏକ ଖରାପ ଖବର ଶେୟାର କରି ପ୍ରଶଂସକଙ୍କୁ ବ୍ୟସ୍ତ ବିବ୍ରତ କରିଦେଇଛନ୍ତି।ନିକଟରେ ଦୀପିକା ତାଙ୍କ ଇନ୍‌ଷ୍ଟାଗ୍ରାମ ଷ୍ଟୋରିରେ ଦୁଃଖ ପ୍ରକାଶ କରି ପ୍ରଶଂସକମାନଙ୍କୁ କହିଛନ୍ତି ଯେ, ମୁଁ ଆଜି ‘ଫାଇଟର୍‌’ର ଟ୍ରେଲର ରିଲିଜ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିବି ନାହିଁ। ବହୁତ ମନେପଡ଼ିବ। ଶୁଭେଚ୍ଛା ଟିମ୍‌!

ଦୀପିକା ଏହି ପୋଷ୍ଟରେ କିଛି ଇମୋଜି ସେୟାର ବି କରିଛନ୍ତି। ଯାହାକୁ ଦେଖିଲେ ଲାଗୁଛି କି ସେ ଅସୁସ୍ଥ ଥିବା ସୂଚାଉଛି। ତେବେ ସେ କେଉଁ କାରଣରୁ ଅସୁସ୍ଥ ଅଛନ୍ତି ସେନେଇ କୌଣସି ସ୍ପଷ୍ଟ ସୂଚନା ଜଣାପଡି ନାହିଁ ।

ଅଧିକ ପଢନ୍ତୁ