ଫିଲ୍ମ ନିର୍ମାତା ରାଜକୁମାର ସନ୍ତୋଷୀଙ୍କୁ ଦୁଇ ବର୍ଷ ଜେଲ

ବଲିଉଡର ଜଣାଶୁଣା ଫିଲ୍ମ ନିର୍ମାତା ରାଜକୁମାର ସନ୍ତୋଷୀଙ୍କ ପାଇଁ ଅଡ଼ୁଆ ବଢିଛି । ତାଙ୍କର ଏକ ଚେକ୍ ବାଉଁସ୍ ମାମଲାରେ ଜାମନଗର କୋର୍ଟ ବଡ଼ ରାୟ ଦେଇଛନ୍ତି । ରାଜକୁମାର ସନ୍ତୋଷୀଙ୍କୁ କୋର୍ଟ ଦୁଇ ବର୍ଷ ଜେଲ୍ ଦଣ୍ଡ ଶୁଣାଇଛନ୍ତି ଏବଂ ଚେକ୍ ଆମାଉଣ୍ଟର ଦ୍ୱିଗୁଣା ରାଶି ଅର୍ଥାତ୍ ଦୁଇ କୋଟି ଟଙ୍କା ଜମା କରିବାକୁ ଆଦେଶ ଦେଇଛନ୍ତି ।ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନିର୍ମାତା ରାଜକୁମାର ଜାମନଗର ବ୍ୟବସାୟୀ ଅଶୋକ ଲାଲଙ୍କଠାରୁ ୧ କୋଟି ଟଙ୍କା ଋଣ ନେଇଥିଲେ କିନ୍ତୁ ପରେ ସେ ଏହି ଟଙ୍କା ଫେରସ୍ତ କରି ନ ଥିଲେ। ଯେତେବେଳେ ଏହି ରାଶି ଫେରସ୍ତ ହୋଇ ନ ଥିଲା, ଅଶୋକଲାଲ ତାଙ୍କ ବିରୋଧରେ ଜାମନଗର କୋର୍ଟରେ ମାମଲା ଦାୟର କରିଥିଲେ।

ଏହି ମାମଲାର ଶୁଣାଣି ବେଳେ ରାଜକୁମାରଙ୍କ ବିରୋଧରେ କୋର୍ଟ ଏହି ବଡ ରାୟ ଦେଇଛନ୍ତି।ଏହି ମାମଲା ୨୦୧୫ରେ ହୋଇଥିଲା । ୨୦୧୯ରେ ରାଜକୁମାର ସନ୍ତୋଷୀ ଜାମନଗର କୋର୍ଟରେ ଶୁଣାଇ ପାଇଁ ହାଜର ହୋଇଥିଲେ । ଏହାପରେ ଅଶୋକଲାଲଙ୍କ ଓକିଲ କହିଥିଲେ ଯେ ରାଜକୁମାର ସନ୍ତୋଷୀ ଏବଂ ଅଶୋକଲାଲ ଘନିଷ୍ଠ ବନ୍ଧୁ । ୨୦୧୫ରେ ଅଶୋକଲାଲ ଏକ କୋଟି ଟଙ୍କା ସନ୍ତୋଷୀଙ୍କୁ ଦେଇଥିଲେ । ଏହି ଋଣ ପରିଶୋଧ ପାଇଁ ରାଜକୁମାର ୧୦ ଲକ୍ଷ ଟଙ୍କାର ୧୦ଟି ବ୍ୟାଙ୍କ ଚେକ୍ ଅଶୋକଲାଲଙ୍କୁ ଦେଇଥିଲେ । ଯାହା ୨୦୧୬ରେ ବାଉଁସ ହୋଇଯାଇଥିଲା ।

ଅଧିକ ପଢନ୍ତୁ