ବଙ୍ଗୋପସାଗରରେ ପୁଣି ଘୂର୍ଣ୍ଣିବଳୟ, ୨୯-୩୦ ତାରିଖରେ ଲଘୁଚାପ ସମ୍ଭାବନା

ପିଛା ଛାଡୁନି ଲଘୁଚାପ। ଗୋଟିଏ ପରେ ଆଉ ଗୋଟିଏ ଲଘୁଚାପ ଦାନା ବାନ୍ଧି ଓଡ଼ିଶା ମୁହାଁ ହେଉଛି। ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ନୂଆ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହା ଅଧିକ ସଂଗଠିତ ହୋଇ ଅଗଷ୍ଟ ୨୯ରୁ ୩୦ ମଧ୍ୟରେ ଏକ ଲଘୁଚାପ କ୍ଷେତ୍ରର ରୂପ ନେଇପାରେ । ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ । ବିଶେଷକରି ଉତ୍ତର ଓଡ଼ିଶା ଓ ଉପକୂଳ ଜିଲ୍ଲାଗୁଡ଼ିକରେ ମୌସୁମୀ ବର୍ଷାର ପ୍ରଭାବ ବଢ଼ିବା ଆଶା କରାଯାଉଛି । ସମ୍ଭାବ୍ୟ ଲଘୁଚାପ ଅଧିକ ସକ୍ରିୟ ହେଲେ କାଲିଠୁ ସେପ୍ଟେମ୍ବର ୧ ମଧ୍ୟରେ ରାଜ୍ୟରେ ବର୍ଷାର ପ୍ରକୋପ ଅଧିକ ରହିପାରେ । ବର୍ତ୍ତମାନ ରାଜ୍ୟରେ ବର୍ଷା ପ୍ରଭାବ ବଢ଼ିବ। ୨୮ ତାରିଖ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଦେବଗଡ଼, ସମ୍ବଲପୁର, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।

ଅଧିକ ପଢନ୍ତୁ