ବଡ଼ଦାଣ୍ଡରେ ଲାଗିଲାଣି ଗହଳି ଚହଳି । ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ ବଢ଼ୁଥିବା ବେଳେ ପୁରୀ ଜିଲ୍ଲା ପ୍ରଶାସନ ରଥଯାତ୍ରା ପାଇଁ ଟ୍ରାଫିକ୍ ପରାମର୍ଶ ଜାରି କରିଛି ।। ମୋଟ୍ ୩୦ଟି ସ୍ଥାନରେ କରାଯାଇଛି ପାର୍କିଂ ବ୍ୟବସ୍ଥା। ୪ ଚକିଆ ଯାନ ପାଇଁ ମୋଟ ୨୨ ପାର୍କିଂ ସ୍ଥାନ ରହିଛି । ସେଥିରୁ ୧୮ଟି ସାଧାରଣ ନାଗରିକ ଏବଂ ୪ଟି ପାସ୍ ଧାରକଙ୍କ ପାଇଁ ଉଦ୍ଦିଷ୍ଟ । ଯେଉଁଠି ୭,୭୩୦ ଗାଡ଼ି ପାର୍କିଂ ହୋଇ ପାରିବ ।ସେହିପରି ବସ୍ ପାଇଁ ମାଳତୀପାଟପୁର, ତାଳବଣିଆ, ସ୍ବାମୀ ନାରାୟଣ ମନ୍ଦିର ଏବଂ ସମଙ୍ଗ ଠାରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ପାସ୍ଧାରୀ ମାନେ ଜେବିପିସି, ଯାତ୍ରିକା, ନାଲି ପଡିଆ, ଲୋକନାଥ ମନ୍ଦିର ଠାରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ପାସ୍ ନଥିବା ଗାଡ଼ି ଗୁଡ଼ିକ ୧୮ ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି।୨ ଚକିଆ ଯାନ ପାଇଁ ୪ଟି ପାର୍କିଂ ସ୍ଥାନ ରହିଛି । ସେଗୁଡ଼ିକ ହେଲା- ମାଟିତୋଟା-୧, ମାଟିତୋଟା-୨, ପୁରୁଣା ଜଗନ୍ନାଥ ବଲ୍ଲଭ, ବ୍ଲୁ ଫ୍ଲାଗ-ନୀଳାଚଳ ଅଶୋକ । ଯେଉଁଠି ପ୍ରାୟ ୧୫ ହଜାର ବାଇକ୍ ପାର୍କିଂ କରାଯାଇ ପାରିବ ।୨୦୨୫ ତୁଳନାରେ ଆଉ ୬ଟି ନୂତନ ପାର୍କିଂ ସ୍ଥାନ ଯୋଡ଼ା ଯାଇଛି । ନୂଆ ପାର୍କିଂ ସ୍ଥଳ ହେଲା- ଭୁଦାନ, କେନ୍ଦ୍ରୀୟ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ପଛ ପାର୍ଶ୍ୱ, ତାଜ, ସମଙ୍ଗ, ଶ୍ରୀ ସେତୁ । ୨୦୨୫ ତୁଳନାରେ ମୋଟ ପାର୍କିଂ କ୍ଷମତା ବୃଦ୍ଧି ପାଇଛି । ପାସ୍ ଧାରକ ପାର୍କିଂ ସ୍ଥାନ ମଧ୍ୟ ବଢ଼ିଛି ।
