ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ଅବଧି ବୃଦ୍ଧି ହୋଇଛି। ଆସନ୍ତା ଫେବୃଆରୀ ୧ ତାରିଖ ପର୍ଯ୍ୟନ୍ତ ବଢିଛି ତାଙ୍କ ଅନ୍ତରୀଣ ସୁରକ୍ଷା ଅବଧି।ମାହାଙ୍ଗା ଡବଲ ମର୍ଡର ଘଟଣାରେ ସାଲେପୁର ଜେଏମ୍ଏଫ୍ସି କୋର୍ଟର ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଦାୟର ମାମଲାର ଶୁଣାଣିକୁ ଆସନ୍ତା ଫେବୃଆରୀ ୧ ପର୍ଯ୍ୟନ୍ତ ହାଇକୋର୍ଟ ଘୁଞ୍ଚାଇ ଦେଇଛନ୍ତି।
ବିଚାରପତି ବି.ପି.ରାଉତରାୟଙ୍କ ଅଦାଲତ ମାମଲା ଶୁଣାଣି କରି ବୁଧବାର ଦେଇଥିବା ଏହି ନିର୍ଦ୍ଦେଶ ଫଳରେ ବିଧାୟକ ଜେନାଙ୍କ ଅନ୍ତରୀଣ ସୁରକ୍ଷା ଅବଧି ବୃଦ୍ଧିପାଇଛି। ଉଭୟ ପକ୍ଷଙ୍କ ସହମତିରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେବା ସହ ପରବର୍ତ୍ତୀ ଶୁଣାଣି ନିମନ୍ତେ ଫେବୃଆରୀ ୧କୁ ଧାର୍ଯ୍ୟ କରିଛନ୍ତି।