ବନ୍ଦ ହେବ mAadhaar ଆପ୍ ! ଆସିବ ନୂତନ ଆପ୍। ରହିବ ଏହିସବୁ ସୁବିଧା

ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (UIDAI) ନିଜର ଡିଜିଟାଲ୍ ସେବାକୁ ଅଧିକ ସୁରକ୍ଷିତ ଏବଂ ସହଜ କରିବା ପାଇଁ mAadhaar ଆପ୍‌ରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛି । ତେବେ mAadhaar ଆପ୍‌ର ପୁରୁଣା ଭର୍ସନ ବନ୍ଦ ହୋଇପାରେ ଏବଂ ଏହା ବଦଳରେ ଏକ ଅଧିକ ଉନ୍ନତ ଓ ନୂଆ ଆପ୍ ବ୍ୟବହାର କରିବାକୁ ୟୁଜର୍ସଙ୍କୁ ପରାମର୍ଶ ଦିଆଯାଉଛି। ତେବେ ନୂତନ ଆପ ରେ କେନ୍ଦ୍ରକୁ ଦୌଡ଼ିବାକୁ ପଡ଼ିବ ନାହିଁ। ନିଜ ମୋବାଇଲ୍‌ରେ ଘରେ ବସି ଅଧିକାଂଶ କାମ କରିପାରିବେ । ଯେପରି ଆଧାର ଡାଉନଲୋଡ୍ । ଆପଣ ଯେକୌଣସି ସମୟରେ ନିଜର ଡିଜିଟାଲ୍ ଆଧାର କାର୍ଡ ଡାଉନଲୋଡ୍ କରିପାରିବେ।

ଠିକଣା ଅପଡେଟ୍  କରିପାରିବେ । ଯଦି ଆପଣ ଘର ବଦଳାଇଛନ୍ତି, ତେବେ ନିଜ ମୋବାଇଲ୍ ସାହାଯ୍ୟରେ ଠିକଣା ଅପଡେଟ୍ ପାଇଁ ଆବେଦନ କରିପାରିବେ।ବାୟୋମେଟ୍ରିକ୍ ଲକ୍/ଅନଲକ୍ କରିପାରିବେ ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଫିଚର୍ । ଆପଣ ନିଜର ଫିଙ୍ଗରପ୍ରିଣ୍ଟ୍‌କୁ ଲକ୍ କରିପାରିବେ, ଯାହାଫଳରେ ଆପଣଙ୍କ ବିନା ଅନୁମତିରେ କେହି ବି ଆଧାର ବ୍ୟବହାର କରିପାରିବେ ନାହିଁ ।ଅଫଲାଇନ e-KYC ସେୟାର । କୌଣସି ସ୍ଥାନରେ ପରିଚୟ ପତ୍ର ଦେବା ପାଇଁ ଆପଣ ଅଫଲାଇନ e-KYC ସେୟାର କରିପାରିବେ। ଯଦି ଆଧାର କାର୍ଡ ହଜିଯାଇଛି, ତେବେ ନୂଆ ପିଭିସି (PVC) କାର୍ଡ ପାଇଁ ଅର୍ଡର ଦେଇପାରିବେ।

ଅଧିକ ପଢନ୍ତୁ