ବରିଷ୍ଠ କଳାକାର ପିଙ୍କି ପ୍ରଧାନ: ବିଜେଡିକୁ ହାରିବା ଭୟ ଘାରିଛି

ନିର୍ବାଚନ ସମୟରେ ଷ୍ଟାରଙ୍କୁ ନେଇ ଜୋର ଧରିଲା ରାଜନୀତି । ନବୀନ ନିବାସକୁ କଳାକାରଙ୍କ ଡାକରା ପରେ ବର୍ଷିଲା ଭାରତୀୟ ଜନତା ପାର୍ଟି ।ବରିଷ୍ଠ କଳାକାର ପିଙ୍କି ପ୍ରଧାନ କହିଛନ୍ତି ଯେ ବିଜେଡିକୁ ହାରିବା ଭୟ ଘାରିଛି। ସେଥିଲାଗି ଫିଲ୍ମଷ୍ଟାରଙ୍କୁ ଖୋଜୁଛି। ଓଡ଼ଶାରେ କଳାକାରଙ୍କ ଅବସ୍ଥା ଏମିତି ଯେ ସେମାନଙ୍କୁ ଟଙ୍କା ଦେଇ ପ୍ରଚାର କରୁଛି ବିଜେଡି। ବିଜେଡି ଦଳୀୟ ଆଧାରରେ କଳାକାରଙ୍କୁ ଭାଗ କରିବାକୁ ଚେଷ୍ଟା କରୁଛି। ନିର୍ବାଚନ ସମୟରେ କଳାକାରଙ୍କ କଥା ମନେ ପଡ଼େ।

ଓଡ଼ିଆ ସିନେମା ଶିଳ୍ପର ବିକାଶ କରିନାହାନ୍ତି।ଯଦି ଦରଦ ଅଛି, ତେବେ ସିନେମା ଶିଳ୍ପର ବିକାଶ ଲାଗି ପଦକ୍ଷେପ ନିଅନ୍ତୁ।ଗତକାଲି ଓଲିଉଡର ବିଭିନ୍ନ କଳାକାର ଓ କଣ୍ଠଶିଳ୍ପୀଙ୍କୁ ନେଇ ନବୀନ ନିବାସରେ ବୈଠକ ହୋଇଥିଲା । ବିଜେଡି ଛାଡି ବିଜେପିରେ ମିଶିଥିବା ୪ ବଡ କଳାକାରଙ୍କୁ ଟକ୍କର ଦେବା ପାଇଁ ଅନ୍ୟ କଳାକାରଙ୍କୁ ନେଇ ବିଜେଡି ରଣନୀତି ପ୍ରସ୍ତୁତ କରିଥିବା କୁହାଯାଉଛି । ଏବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛି ବିଜେପି ।

ଅଧିକ ପଢନ୍ତୁ

kc ads