ବଲିଉଡ୍ ଷ୍ଟାର ହାସ୍ୟ ଅଭିନେତା ରାଜପାଲ ଯାଦବ । ଚେକ୍ ବାଉନ୍ସ ମାମଲାରେ ବଢିବାରେ ଲାଗିଛି ଅଡୁଆ । ମାମଲାରୁ ମୁକୁଳିବାରେ ବଦଳରେ ଅଡୁଆ ସୂତାରେ ଛନ୍ଦି ହେବାରେ ଲାଗିଛନ୍ତି । ଜାମିନ ଆବେଦନ ମାମଲାରେ ଦିଲ୍ଲୀ ହାଇକୋର୍ଟ ସୋମବାର ପର୍ଯ୍ୟନ୍ତ ଶୁଣାଣିକୁ ସ୍ଥଗିତ କରିଛନ୍ତି । ଆଦାଲତ ଏହି ମାମଲାର ପରବର୍ତ୍ତୀ ଶୁଣାଣି ୧୬ ଫେବୃଆରୀରେ କରିବେ । ଶୁଣାଣି ସମୟରେ ଅଭିନେତାଙ୍କ ପକ୍ଷରେ ଉପସ୍ଥିତ ଓକିଲ କୋର୍ଟକୁ ଜଣାଇଥିଲେ ଯେ, ସେ ତାଙ୍କ କ୍ଲାଏଣ୍ଟଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ତାଙ୍କ ସହ କଥା ହୋଇପାରିଲେ ନାହିଁ ।
ଓକିଲ କହିଥିଲେ ଯେ, ଜାମିନ ଆବେଦନ ଦାଖଲ ହୋଇଛି ଏବଂ ପ୍ରତିପକ୍ଷକୁ ଉତ୍ତର ପ୍ରଦାନ ପାଇଁ ସମୟ ଦେବା ଆବଶ୍ୟକ । ଏହାସହ ମାମଲାକୁ ସୋମବାର ପର୍ଯ୍ୟନ୍ତ ସ୍ଥଗିତ କରିବାକୁ ଅନୁରୋଧ କରାଯାଇଥିଲା । ଓକିଲ ଏହା କହିଥିଲେ କି ସେ ପରବର୍ତ୍ତୀ ତାରିଖରେ ବିସ୍ତୃତ ଦଲିଲ୍ ସହ ଆଦାଲତରେ ଉପସ୍ଥିତ ହେବେ ।
