ବିଧାୟକ ସାରଦା ପ୍ରସାଦ ଜେନା ବହିରେ ତ୍ରୁଟି ଷଡ଼ଯନ୍ତ୍ର ଅଭିଯୋଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ସମସ୍ତଙ୍କୁ ମର୍ମାହତ କରିଛି ଏବଂ ଯଦି ବଡ଼ ଷଡ଼ଯନ୍ତ୍ର ରହିଛି, ତେବେ ତାହାକୁ ସ୍ପଷ୍ଟ ଭାବେ ଲୋକଙ୍କ ସାମ୍ନାରେ ଆଣାଯିବା ଉଚିତ । ସେ ଆହୁରି ପ୍ରଶ୍ନ ଉଠାଇଛନ୍ତି ଯେ, ତ୍ରୁଟି କିଏ କରିଛି, ଛପା ଦାୟିତ୍ୱ କାହା ଉପରେ ଥିଲା, ମନ୍ତ୍ରୀ ଓ ଅଧିକାରୀମାନେ କଣ ଭୂମିକା ନିଭାଇଥିଲେ—ଏହା ସ୍ପଷ୍ଟ କରାଯିବା ଦରକାର । ସେ କହିଛନ୍ତି, ୨୪ ମାସର ସରକାରର କାମ ଯଦି କେବଳ ପୂର୍ବ ୨୪ ବର୍ଷର ସରକାରକୁ ଦୋଷ ଦେବା ହୋଇଥାଏ, ତେବେ ଏହା ଠିକ୍ ରାଜନୈତିକ ଉତ୍ତର ନୁହେଁ ବୋଲି ବିଧାୟକ ମତ ପ୍ରକାଶ କରିଛନ୍ତି । ଅନ୍ୟପଟେ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ଭଲ କଥା ମୁଖ୍ୟମନ୍ତ୍ରୀ ମାନିଲେ ଷଡ଼ଯନ୍ତ୍ର ହେଇଛି । ଷଡ଼ଯନ୍ତ୍ରକାରୀ କିଏ ? ଭୁଲ ଛପେଇଲା କିଏ ? ଏବେ ଯାଏଁ ଆକ୍ସନ ନାହିଁ,ମୁଖ୍ୟମନ୍ତ୍ରୀ ଅସହାୟ ହୋଇପଡିଛନ୍ତି । ମୁଖ୍ୟମନ୍ତ୍ରୀ ମାନିଲେ ଭୁଲ ହେଇଛି ତାଙ୍କୁ ଧନ୍ୟବାଦ । କିନ୍ତୁ କେଉଁ ଅଫିସର ଭୁଲ କରିଛନ୍ତି ସ୍ପଷ୍ଟ କରନ୍ତୁ । ବହିକୁ ତୁରନ୍ତ ଠିକ କରି ପିଲାଙ୍କୁ ପ୍ରଦାନ କରନ୍ତୁ । ଭୁଲ ବହି ପ୍ରିଣ୍ଟ ଯିଏ କଲା ତା ଉପରେ କାର୍ଯ୍ୟାନୁଷ୍ଠାନ ହେଉ । SCERT ଉପରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି କହିଛନ୍ତି ପିସିସି ସଭାପତି ଭକ୍ତ ଦାସ ।
