ବାଘ ସହ ୩ ଘଣ୍ଟା ଲଢେଇ କରି ମେଡିକାଲରେ ଭର୍ତ୍ତି ହେଲେ ଯୁବକ

ବାଲେଶ୍ଵର ଜିଲ୍ଲା ନୀଳଗିରି କୁଲଡିହା ଅଭୟାରଣ୍ୟରେ ମୁହଁମୁହିଁ ହୋଇଛନ୍ତି ମଣିଷ-ବାଘୁଣୀ । ଅଭୟାରଣ୍ୟରେ ମହାବଳ ମହାବଳ ବାଘୁଣୀ ଯମୁନାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଯୁବକଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ନୀଳଗିରି ହସ୍ପିଟାଲ ପରେ ବାଲେଶ୍ୱର ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି ।ବାଲିଆନାଳ ବିଟ ଅଧିନ ନଟାପଡା ଅଞ୍ଚଳର ସୁନୀଲ କୁମାର ସିଂ ବଳଦ ଖୋଜୁଥିବା ବେଳେ ବାଘୁଣୀ ହଠାତ୍ ଅତର୍କିତ ଆକ୍ରମଣ କରିଥିଲା ।ତାଙ୍କ ଚିତ୍କାର ଶୁଣି ବିଲରେ କାମ କରୁଥିବା ଅନ୍ୟ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରିଥିଲେ । ସୁନୀଲଙ୍କ ତାଙ୍କ ହାତ, ଗୋଡ଼, ପିଚାରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି ।

ଅଧିକ ପଢନ୍ତୁ