ବାଥ୍‌ରୁମ୍‌ରେ ଓସ୍କାର ଆୱାର୍ଡ ରଖନ୍ତି ଏହି ଅଭିନେତ୍ରୀ

ଫିଲ୍ମ ଟାଇଟାନିକରେ ଅଭିନୟ କରିଥିବା ହଲିଉଡ ତାରକା ଅଭିନେତ୍ରୀ କେଟ ୱିନ୍ସଲେଟ। ଚଳଚ୍ଚିତ୍ର ଟାଇଟାନିକରେ ରୋଜ ଭୂମିକାରେ ଅଭିନୟ କରିଥିଲେ |ସେ ବିଶ୍ୱରେ ବେଶ ପରିଚିତ। ନିକଟରେ ଅଭିନେତ୍ରୀ କେଟ ୱିନ୍ସଲେଟ ଦି ଗ୍ରାହାମ ନର୍ଟନ ସୋ’ରେ ଅଭିନୟ କରିଥିଲେ, ଯେଉଁଠାରେ ଅଭିନେତ୍ରୀ କହିଥିଲେ ଯେ ସେ ତାଙ୍କ ଚଳଚ୍ଚିତ୍ର ପାଇଁ ଜିତିଥିବା ଓସ୍କାର ପୁରସ୍କାରକୁ ନିଜ ଘରର ବାଥରୁମରେ ରଖନ୍ତି, ଯାହା ପରେ ଇଣ୍ଟରନେଟରେ ସମସ୍ତେ ଜାଣିବାକୁ ଚେଷ୍ଟା କରୁଛନ୍ତି।

ସେ ଏହା କାହିଁକି କରନ୍ତି ବୋଲି।ଅଭିନେତ୍ରୀ ଏହା କରିବା ପଛର କାରଣ କହିଛନ୍ତି, ଓସ୍କାର ପାଇଁ ସର୍ବୋତ୍ତମ ସ୍ଥାନ ହେଉଛି ବାଥରୁମ। କାରଣ ଯେତେବେଳେ ସମସ୍ତେ ୱାଶରୁମକୁ ଯାଆନ୍ତି, ସେମାନେ ପ୍ରକୃତରେ ଓସ୍କାର ସହିତ ସମୟ ବିତାଇ ପାରନ୍ତି। ଏହାକୁ ଛୁଇଁବା କିମ୍ବା ଧରିବା ଦ୍ୱାରା ଏହା କିପରି ଅନୁଭବ କରେ ଆପଣ କହିପାରିବେ।

ଅଧିକ ପଢନ୍ତୁ

Odisha Darpan Digital