ବାଲିଅନ୍ତା ସୌମ୍ୟରଂଜନ ଭିଡ଼ ହିଂସା ମାମଲା, ଭୁବନେଶ୍ୱରରେ NHRCର ଟିମ୍

ବାଲିଅନ୍ତା ସୌମ୍ୟରଂଜନ ଭିଡ଼ ହିଂସା ମୃତ୍ୟୁ ମାମଲା ।  ଭୁବନେଶ୍ୱରରେ NHRCର ଟିମ । ଜାତୀୟ ମାନବାଧିକାର ଆୟୋଗରେ ହୋଇଥିବା ଅଭିଯୋଗ ମୁତାବକ ଆରମ୍ଭ ହେବ ତଦନ୍ତ ।ଦୁଇ ଜଣିଆ NHRC ଟି ଅଛନ୍ତି ରାଜେନ୍ଦ୍ର ସିଂ ଓ ଅବିନାଶ କୁମାର । ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଏହି ଟିମ୍ ଭୁବନେଶ୍ବରରେ ରହି ଘଟଣାର ତଦନ୍ତ କରିବେ । NHRC ଟିମ୍ ପୋଲିସ କମିସନର ଓ ଭୁବନେଶ୍ବର DCPଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ସୌମ୍ୟଙ୍କ ସାଙ୍ଗ, ବାପା-ମାଆ ଓ ମାମୁଙ୍କୁ ପଚରା ଉଚରା କରିବେ ।ଭିଡ଼ ଭିତରେ କିପରି ହେଲା ମୃତ୍ୟୁ ତାହାର କରିବେ ଯାଞ୍ଚ୍। ବରିଷ୍ଠ ପୋଲିସ ଅଧିକାରୀ ମାନେ ନିଜ କ୍ଷମତାର ଅପବ୍ୟବହାର କରି ତଳିଆ କର୍ମଚାରୀଙ୍କୁ ବ୍ୟକ୍ତିଗତ ଓ ଘରୋଇ କାମରେ ଲଗାଇଥିବା ଅଭିଯୋଗ ଉପରେ ମଧ୍ୟ କରିବେ ତଦନ୍ତ। ଘଟଣା ସମ୍ବନ୍ଧରେ ରେଲୱେ ଏସଆରପି ଓ ପୋଲିସ କମିଶନରଙ୍କ ସହ କରିବେ ଆଲୋଚନା। ସୁଚନା ମୁତାବକ, ଗତ ମେ’୭ ତାରିଖରେ ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଜିଆରପି କନଷ୍ଟେବଲ ସୌମ୍ୟ ରଞ୍ଜନ ତାଙ୍କ ସାଙ୍ଗ ସହିତ ଯାଉଥିବା ବେଳେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ତାଙ୍କ ବାଇକ୍ ଦୁଇ ଜଣ ଝିଅ ଯାଉଥିବା ଏକ ସ୍କୁଟିକୁ ଧକ୍କା ଦେଇଥିଲା।ପରେ ଉଭୟ ମଧ୍ୟରେ ଯୁକ୍ତତର୍କ ଲାଗିଥିଲା । ଏହା ପରେ ଦୁର୍ଘଟଣାସ୍ଥଳରେ ସ୍ଥାନୀୟ ଲୋକ ରୁଣ୍ଡ ହୋଇଥିଲେ । ପରେ ଲୋକମାନେ ସୌମ୍ୟରଞ୍ଜନଙ୍କୁ ହାତ ଗୋଡ଼ ବାନ୍ଧି ଅମାନୁଷିକ ଭାବେ ପିଟିଥିଲେ । ଏଥିରେ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ହୋଇଥିଲା ।ଏହି ଘଟଣାର ପ୍ରଥମେ କମିଶନରେଟ ପୁଲିସ ତଦନ୍ତ କରିଥିଲା। ପରେ ଏହି ଘଟଣାକୁ ସରକାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ।

ଅନ୍ୟପକ୍ଷରେ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ଏହି ଘଟଣାରେ ମୋଟ ୧୭ ଜଣଙ୍କୁ ଗିରଫ କରାଯାଇଛି। କ୍ରାଇମବ୍ରାଞ୍ଚ ୬ ଜଣଙ୍କୁ ଗିରଫ କରିଥିବା ବେଳେ ପୂର୍ବରୁ ପୋଲିସ ୧୧ ଜଣଙ୍କୁ ଗିରଫ କରିଛି।

ଅଧିକ ପଢନ୍ତୁ