ବାଲିଅନ୍ତା କନେଷ୍ଟବଳ ସୌମ୍ୟରଞ୍ଜନ ହତ୍ୟା ଘଟଣାରେ ଆଉ ଜଣେ ମୁଖ୍ୟ ଅଭିଯୁକ୍ତ ଅଶୋକ ଜେନା ଓରଫ ଗେଡାକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ପଟିଆର ଏକ ହୋଟେଲରେ ଲୁଚିଥିବା ବେଳେ ଗେଡାକୁ ଗିରଫ କରିବାରେ ସଫଳ ହୋଇଛି କ୍ରାଇମବ୍ରାଞ୍ଚ । ଏହି ଘଟଣାରେ ମୋଟ୍ ୧୭ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆହୁରି ୧୦ ଜଣଙ୍କୁ ଚିହ୍ନଟ କରାଯାଇଛି । ଖୁବ୍ଶୀଘ୍ର ସେମାନଙ୍କୁ ଗିରଫ କରିବା ଟିମ୍ ଉଦ୍ୟମ କରୁଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଡିଆଇଜି ।ଆଜି ଧରାପଡ଼ିଥିବା ଅଭିଯୁକ୍ତ କଟକ ଗଙ୍ଗେଶ୍ୱରଗଡ଼ାର ଅଶୋକ ଜେନା ଓରଫ ଗେଡା( ୪୫) ବର୍ଷ ମୁଣ୍ଡକୁ ପିଟିବା ନେଇ ପ୍ରମାଣ ମିଳିଛି। ପୋଷ୍ଟମର୍ଟମ ରିପୋର୍ଟରୁ ମୁଣ୍ଡରେ ଆଘାତ ଯୋଗୁଁଁ ମୃତ୍ୟୁ ସ୍ପଷ୍ଟ ହୋଇଛି।
ଏଥିସହ ସୌମ୍ୟଙ୍କର ଶରୀରର ଅନ୍ୟ ସ୍ଥାନରେ ଆଘାତ ଲାଗିଛି। ସେ ଆହୁରି ମଧ୍ୟ କହିଛନ୍ତି, ଏହା ଏକ ସମ୍ବେଦନଶୀଳ ହତ୍ୟାକାଣ୍ଡ, ସେଥିପାଇଁ ଅଭିଯୁକ୍ତ ଲୁଚି ରହିଛନ୍ତି। ଏହାସହ ସୌମ୍ୟଙ୍କ ସାଙ୍ଗ ଭୂମିକା ମଧ୍ୟ ଏବେ ତଦନ୍ତ ପରିସରଭୁକ୍ତ। ଯେଉଁ ଯୁବତୀଙ୍କ କଥା ପଦାକୁ ଆସିଛି, ସୌମ୍ୟଙ୍କ ସହ ତାଙ୍କର ପରିଚୟ ନଥିଲା। ଭିଡ ହିଂସାର ସ୍ୱତନ୍ତ୍ର ଧାରା ରହିଛି। ପରେ ମଧ୍ୟ ଲଗାଯାଇ ପାରିବ।
