କଟକ ଐତିହାସିକ ବାଲିଯାତ୍ରାକୁ ଆସୁଥିବା ଲକ୍ଷାଧିକ ଜନସାଧାରଣଙ୍କ ସୁବିଧା ଯାତାୟାତକୁ ଗୁରୁତ୍ବ ଦେଇ କମ୍ପ୍ରେହେନସିଭ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍) ପକ୍ଷରୁ ସ୍ବତନ୍ତ୍ର ଆମ ବସ୍ ସଟଲ୍ ସେବାର ବ୍ୟବସ୍ଥା କରାଯାଇଛି । ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ମୋଟ୍ ୫୦ଟି ବସ ନିୟୋଜିତ କରାଯାଇଛି।ଏହି ସ୍ବତନ୍ତ୍ର ସଟଲ୍ ବସ୍ ସେବା ଭୁଆସୁଣୀ ମନ୍ଦିରରୁ କ୍ୟାଣ୍ଟନମେଣ୍ଟ ଥାନା ମଧ୍ୟରେ ଉପଲବ୍ଧ ହେବ । ଏହି ରୁଟ୍ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଫ୍ଲାଟ୍ ଟିକେଟ୍ ମାତ୍ର ୧୦ ଟଙ୍କା ରଖାଯାଇଛି ।ବାଲିଯାତ୍ରାକୁ ଆସୁଥିବା ସମସ୍ତ ଦର୍ଶକ ଏହି ସ୍ବତନ୍ତ୍ର ଆମ ବସ୍ ସଟଲ୍ ସେବାର ଲାଭ ଉଠାଇବା ସହ ସୁବିଧାଜନକ ଗଣପରିବହନକୁ ଆପଣାଇବାକୁ କ୍ରୁଟ୍ ପକ୍ଷରୁ କୁହାଯାଇଛି ।
