ବିଜେଡିରେ ସୁଜାତାଙ୍କ ଏଣ୍ଟ୍ରି ଉଡା ଖବର ହୋଇପାରେ : ବଦ୍ରି ପାତ୍ର

ନିର୍ବାଚନରେ ବିଜେଡିର ପରାଜୟ ପରେ ରାଜନୀତିରୁ ସନ୍ୟାସ ଘୋଷଣା କରିଥିବା ଭି କେ ପାଣ୍ଡିଆନଙ୍କ ପତ୍ନୀ ତଥା ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା ଆର କାର୍ତ୍ତିକେୟନ ଖୁବଶୀଘ୍ର ବିଜୁ ଜନତା ଦଳରେ ଯୋଗ ଦେବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। କିନ୍ତୁ ଏହି ଚର୍ଚ୍ଚାକୁ ଉଡା ଖବର ବୋଲି କହିଛନ୍ତି ବଦ୍ରି ପାତ୍ର।ପାଣ୍ଡିଆନଙ୍କୁ ନେଇ କେଉଁ କର୍ମୀ ଉତ୍ସାହିତ ଅଛନ୍ତି ପଚାରିଲେ । କିଏ ଜଣେ ଅଧେ କହିଦେଲେ ସମ୍ଭାବନା ବୋଲି କୁହାଯାଇପାରିବ ନାହିଁ । ଦେବାଶିଷ ସାମନ୍ତରାୟ କହିଛନ୍ତି ବିପର୍ଯ୍ୟୟ ପାଇଁ ପାଣ୍ଡିଆନ ଦାୟୀ । ମୁଁ ବି ବହୁ ଆଗରୁ ଏହା କହିସାରିଛି ବୋଲି ବଦ୍ରି କହିଛନ୍ତି ।ସୂଚନା ଥାଉକି ଗତକାଲି ମନ୍ମଥ ରାଉତରାୟ କହିଥିଲେ ସୁଜାତା ଶତ ପ୍ରତିଶତ ବିଜେଡି ଆସୁଛନ୍ତି। ଯାହାକୁ ନେଇ ରାଜନୀତି ଚର୍ଚ୍ଚା ଜୋର ଧରିଛି।

ଅଧିକ ପଢନ୍ତୁ