ଭାରତୀୟ ଜନତା ପାର୍ଟି ଆଜିକାଲି ତାମିଲନାଡୁ ରାଜନୀତିରେ ସମସ୍ୟାରେ ଥିବା ପରି ମନେ ହେଉଛି । ତେବେ ଭାଜପାରୁ ଇସ୍ତଫା ଦେଲେ ଦକ୍ଷିଣ ଭାରତରେ ଭାଜପାର ଅନ୍ୟତମ ପ୍ରମୁଖ ଚେହେରା ତଥା ତାମିଲନାଡୁରେ ଦଳର ପୂର୍ବତନ ସଭାପତି କେ. ଆନ୍ନାମଲାଇ । ସେ ନୂଆଦିଲ୍ଲୀରେ ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ତଥାପି ବିଜେପି ତାଙ୍କ ଇସ୍ତଫା ଗ୍ରହଣ କରିଛି କି ନାହିଁ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ନୁହେଁ।
ମିଳିଥିବା ସୂଚନା ଅନୁଯାୟୀ ଅନ୍ନାମାଲାଇ କିଛି ମାସ ମଧ୍ୟରେ ନିଜର ଲୋକ ଆନ୍ଦୋଳନ/ଆଞ୍ଚଳିକ ରାଜନୈତିକ ଦଳ ଆରମ୍ଭ କରିବେ। ଅନ୍ନାମଲାଇଙ୍କ ନିକଟତମ ସୂତ୍ର ଅନୁଯାୟୀ, ସେ ଗତ କିଛି ମାସ ମଧ୍ୟରେ ବିଜେପି ନେତୃତ୍ୱଠାରୁ ଦୂରେଇ ଯାଇଥିଲେ ଏବଂ ବିଧାନସଭା ନିର୍ବାଚନରେ ବିଜୟଙ୍କ ବିଜୟ ଦେଖି ରାଜ୍ୟରେ ଆଉ ଏକ ରାଜନୈତିକ ଦଳ ପାଇଁ ସ୍ଥାନ ଥିବା ବିଶ୍ୱାସ କରି ଆଉ ଏକ ଦଳ ପାଇଁ ଅଣ୍ଟା ଭିଡ଼ିଛନ୍ତି।
