ବିଦେଶି ବୟଫ୍ରେଣ୍ଡଙ୍କୁ ବିବାହ କଲେ ତାପସି?

ଲଙ୍ଗ ଟାଇମ ବୟଫ୍ରେଣ୍ଡ ମୈଥିୟାସ ବୋଙ୍କ ସହ ବଲିଉଡ ଅଭିନେତ୍ରୀ ତାପସି ପନ୍ନୁଙ୍କ ବିବାହ ଖବର ଏବେ ହେଡଲାଇନରେ ରହିଛି। ଗତ ଦଶ ବର୍ଷ ଧରି ଡେଟିଂ କରୁଥିବା ଏହି ଦମ୍ପତି ମାର୍ଚ୍ଚରେ ବିବାହ କରିବାକୁ ଯାଉଥିଲେ ଏବଂ ବର୍ତ୍ତମାନର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ତାପସୀ ପନ୍ନୁ ୧୦ବର୍ଷ ଧରି ପ୍ରେମ ସମ୍ପର୍କରେ ରହିବା ପରେ ଶେଷରେ ଲୁଚିଲୁଚି ବିବାହ କରିଛନ୍ତି। ଅଭିନେତ୍ରୀ ତାଙ୍କ ବ୍ୟାଡମଂଟନ ଖେଳାଳି ବନ୍ଧୁ ମାଥିଏସ ବୋଏଙ୍କ ସହିତ ମାର୍ଚ୍ଚ ୨୩ରେ ଉଦୟପୁରରେ ପରିବାରଲୋକଙ୍କ ଉପସ୍ଥିତିରେ ବିବାହବନ୍ଧନ‌ରେ ବାନ୍ଧି ହୋଇଛନ୍ତି । ଉଭୟ ଶିଖ ଓ ଈଶାଇ ଶୈଳୀରେ ଅତି ସାଧାରଣ ଭାବେ ଅଭିନେତ୍ରୀଙ୍କ ବିବାହ ସମ୍ପର୍ଣ୍ଣ ହୋଇଥିଲା। ମାର୍ଚ୍ଚ ୨୦ରେ ବିବାହ ପୂର୍ବର କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ଦମ୍ପତି ସେମାନଙ୍କ ବିବାହରେ କୌଣସି ମିଡିଆଙ୍କୁ ଖବର ଦେଇ ନ ଥିଲେ। କାରଣ ଉଭୟ ମିଡିଆ ଏବଂ ଲାଇମଲାଇଟଠାରୁ ଦୂରରେ ରୁହନ୍ତି।

ରିପୋର୍ଟ ଅନୁଯାୟୀ, ବଲିଉଡର ଆଗଧାଡିର ନାୟିକା ତାପସୀ ପନ୍ନୁଙ୍କ ବିବାହରେ କେହି ବଲିଉଡ ସେଲିବ୍ରିଟି ଯୋଗ ଦେଇନଥିଲେ। ଏହି ଅଭିନେତ୍ରୀ କେବଳ ଇଣ୍ଡଷ୍ଟ୍ରିର ତାଙ୍କର ଘନିଷ୍ଠ ବନ୍ଧୁ ଅନୁରାଗ କାଶ୍ୟପ ଏବଂ କନିକା ଦିଲ୍ଲୋଙ୍କୁ ନିମନ୍ତ୍ରଣ କରିଥିଲେ।

ଅଧିକ ପଢନ୍ତୁ