ବିଧାୟକ ଅଶୋକ ଦାସ ସାଇବର ଠକାମୀର ଶିକାର

ସାଇବର ଠକଙ୍କ ଶିକାର ହେଲେ କଂଗ୍ରେସ ବିଧାୟକ। ବିଧାନସଭାରୁ ପାର୍ସଲ ଆସିଛି କହି ଭୂଆଁ ବୁଲାଉଥିଲେ ଠକ। ତାଙ୍କ ନାଁରେ ଫେକ ହ୍ୱାଟ୍ସଆପ ଆକାଉଣ୍ଟ ଖୋଲି କରୁଥିଲେ ଲୁଟ ଉଦ୍ୟମ। ବିଧାୟକ ଅସୁବିଧାରେ ଅଛନ୍ତି କହି ମାଗୁଥିଲେ ଟଙ୍କା। ବାସୁଦେବପୁରର ବିଧାୟକ ଅଶୋକ ଦାସ ସାଇବର ଠକଙ୍କ ଶିକାର ହୋଇଛନ୍ତି। ଏପରିକି ସାଇବର ଠକଙ୍କ ସମର୍ଥକ ଓ ଆତ୍ମୀୟଙ୍କଠାରୁ ଯେଉଁ ଅର୍ଥ ନେବାକୁ ଉଦ୍ୟମ କରିଛନ୍ତି ତାଙ୍କୁ କେହି ସହଯୋଗ କରନ୍ତୁ ନାହିଁ କି ଗୋଟିଏ ବି ଟଙ୍କା ଦିଅନ୍ତୁ ନାହିଁ ବୋଲି ବିଧାୟକ ସର୍ବସାଧାରଣ ଓ ସମର୍ଥକଙ୍କୁ ନିବେଦନ କରିଛନ୍ତି।

ବିଧାୟକ ଭୁବନେଶ୍ୱରରେ ଥିବା ବେଳେ ସାଇବର ଠକମାନେ ଯୋଜନାବଦ୍ଧ ଭାବେ ଓଡ଼ିଶା ବିଧାନସଭାର କିଛି ଦରକାରୀ ଦସ୍ତାବିଜ(କାଗଜପତ୍ର) କୋରୟର ମାଧ୍ୟମରେ ଆସିଛି କହି ବିଧାୟକଙ୍କ ଲୋକେଶନ ଠିକଣା ମାଗିଥିଲେ। ଓଟିପି ଦେଲେ କୋରିୟର ବୟ ତାଙ୍କ ପାଖରେ ଲୋକେଶନ ଜାଣି ତାଙ୍କ ନାମରେ ଆସିଥିବା ଡକ୍ୟୁମେଣ୍ଟ ପହଞ୍ଚାଇଦେବ ବୋଲି ବିଶ୍ୱାସ ଜନ୍ମାଇ ଓଟିପି ନେବା ପରେ ଏପରି ଠକାମୀ ଉଦ୍ୟମ କରିଛନ୍ତି। କିଛି ସମୟ ପରେ ବିଧାୟକ ନିଜ ଲୋକଙ୍କଠାରୁ ଏହି ଠକାମି ବାବଦରେ ଜାଣିବା ପରେ ସାଇବର ଥାନାକୁ ଯାଇ ପୋଲିସର ସହାୟତା ଲୋଡିଛନ୍ତି। ବିଧାୟକ ଏନେଇ ତଦନ୍ତ ଓ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି।

ଅଧିକ ପଢନ୍ତୁ