ବିବାହ ପରେ ଅଭିନୟ ଛାଡିଲେ ପରିଣୀତି ! ଏବେ କରିବେ ଏହି କାମ

ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା। ବର୍ତ୍ତମାନ ତାଙ୍କ ବିଷୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ଯାହା ତାଙ୍କ ପ୍ରଶଂସକଙ୍କୁ ଚକିତ କରିପାରେ। ତେବେ ବର୍ତ୍ତମାନ ଏହି ସବୁ ଖବରର ଅନ୍ତ ଘଟାଇ ସେ ସୋସିଆଲ ମିଡିଆରେ ଏକ ବଡ଼ ଅପଡେଟ୍‌ ଶେୟାର କରିଛନ୍ତି। ଅଭିନେତ୍ରୀ ଖୁବ୍‌ଶୀଘ୍ର ଫିଲ୍ମ ପରେ ଗୀତ ଜଗତରେ ନିଜର ଯାଦୁ ଦେଖାଇବାକୁ ପ୍ରସ୍ତୁତ ଅଛନ୍ତି।ପରିଣୀତି ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଛନ୍ତି। ଏହି ଖୁସି ଖବର ସେୟାର କରି କ୍ୟାପସନ୍‌ରେ ଲେଖିଛନ୍ତି ଯେ ‘ସଙ୍ଗୀତ ମୋ ପାଇଁ ସବୁବେଳେ ଖୁସିର ସ୍ଥାନ ।

ମୁଁ ବର୍ଷ ବର୍ଷ ଧରି ମଞ୍ଚରେ ଅନେକ ସଂଗୀତଜ୍ଞଙ୍କ ପରଫର୍ମାନ୍ସ ଦେଖୁଛି । ମୁଁ ମଧ୍ୟ ଏହି ଦୁନିଆର ଏକ ଅଂଶ ହେବାକୁ ଯାଉଛି । ମୋ ଜୀବନରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ମୁଁ ବହୁତ ଉତ୍ସାହିତ । ଅଭିନେତ୍ରୀଙ୍କ ଏହି ପୋଷ୍ଟରେ ଦେଖି ପ୍ରଶଂସକମାନେ ତାଙ୍କୁ ଅନେକ ଶୁଭେଚ୍ଛା ଜଣାଉଛନ୍ତି ।

ଅଧିକ ପଢନ୍ତୁ

kc ads