ପାକିସ୍ତାନୀ ଗାୟକ ରାହତ ଫତେହ ଅଲ୍ଲୀ ଖାନଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି ସାମ୍ନାକୁ। ଟ୍ୱିଟରରେ ଏକ ଭିଡିଓ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ ଗାୟକ ତାଙ୍କ ଘରୋଇ ସହାୟକଙ୍କୁ ଚପଲରେ ପିଟୁଥିବାର ନଜର ଆସିଛନ୍ତି। ଆଖପାଖ ଯେତେ ରୋକିଲେ ମଧ୍ୟ ସେ ଥୟ ଧରୁ ନାହାନ୍ତି।
ରାହାତ ବଡ ପାଟିରେ ଗାଳି କରିବା ସହ ଚପଲରେ ପିଟିବାରେ ଲାଗିଛନ୍ତି। କିନ୍ତୁ ବ୍ୟକ୍ତିଜଣକ ଚୁପଚାପ ତାଙ୍କ ମାଡ ସହୁଛନ୍ତି।ଭିଡିଓ ଭାଇରାଲ ହେବା ପରେ ୟୁଜର୍ସ ତାଙ୍କୁ ଟ୍ରୋଲ କରିଛନ୍ତି। ଟ୍ରୋଲରେ କୁହାଯାଇଛି କି, ରାହତ ମଦ ବୋତଲ ପାଇଁ ଚାକର ଉପରେ ରାଗିଯାଇଛନ୍ତି ଯାହାପରେ ତାଙ୍କୁ ଚପଲରେ ପିଟିବାକୁ ଲାଗିଛନ୍ତି। ଭିଡିଓରେ ସେ ବାରମ୍ବାର କହୁଛନ୍ତି, ମୋ ବୋତଲ କେଉଁଠି ଅଛି? ଏହି ଭିଡିଓରେ, ରାହତ ପ୍ରଥମେ କ୍ଷମା ମାଗିଛନ୍ତି। ତାପରେ କହିଛନ୍ତି ଯେ, ଆପଣ ଦେଖିଥିବା ଭିଡିଓରେ ଜଣେ ଗୁରୁ ଏବଂ ତା ଶିଷ୍ୟ ମଧ୍ୟରେ ଥିବା ସମ୍ପର୍କ ।
ସେ ମୋର ପିଲା ଓ ମୋର ଶିଷ୍ୟ ଭଳି। ଜଣେ ଗୁରୁ ଏବଂ ଶିଷ୍ୟଙ୍କ ମଧ୍ୟରେ ସମ୍ପର୍କ ଏପରି ଯେ ଯେତେବେଳେ ଶିଷ୍ୟ ଭଲ କାମ କରେ, ସେତେବେଳେ ତାଙ୍କୁ ଭଲ ପାଆନ୍ତି ଏବଂ ଯେତେବେଳେ ସେ ଭୁଲ୍ କରନ୍ତି, ତାଙ୍କୁ ଗାଳି ଦିଆଯାଏ ।ଘରୋଇ ସହାୟକ କହିଛନ୍ତି ଯେ ‘ଭିଡିଓରେ ଆମେ ଯେଉଁ ବୋତଲ ବିଷୟରେ କଥା ହେଉଛୁ, ତାହା ଏକ ପବିତ୍ର ଜଳ। ମୁଁ କେଉଁଠାରେ ରଖିଲି ଭୁଲିଗଲି । ସେ ଆମର ଗୁରୁ, ସେ ଆମକୁ ବହୁତ ଭଲ ପାଆନ୍ତି । ଭିଡିଓ ଦେଖିବା ପରେ ଲୋକମାନେ ଯାହା ଭୁଲ୍ ବୁଝିଛନ୍ତି ସେମିତି କିଛି ନୁହେଁ । ଆମର ଉସ୍ତାଦ୍ ଜି କୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି । ସେ ଆମକୁ ବହୁତ ଭଲ ପାଆନ୍ତି । ମୁଁ ତାଙ୍କ ସହିତ ଦୀର୍ଘ ସମୟ ଧରି ରହି ଆସିଛି । ଏହି ସମୟ ପରେ ରାହତ ଫତେହ ଅଲି ଖାନ୍ କହିଛନ୍ତି ଯେ, ମୁଁ ମଧ୍ୟ ତାଙ୍କୁ କ୍ଷମା ମାଗିଛି। ‘