ଭକ୍ତଙ୍କ ପାଇଁ ବଡ଼ ଖୁସି ଖବର : ଶ୍ରୀମନ୍ଦିର ନାଟମଣ୍ଡପ ସମ୍ପୂର୍ଣ୍ଣ AC

ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ ଏବେ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥାରେ ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ଦର୍ଶନ କରିବେ। ଶ୍ରୀମନ୍ଦିର ନାଟମଣ୍ଡପକୁ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ କରାଯାଇଛି। ଗତ ଏକମାସ ଧରି ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ପରୀକ୍ଷାମୂଳକ ଭାବେ କରାଯାଇଥିବା ବେଳେ ଆଜିଠାରୁ ପୂର୍ଣ୍ଣ ରୂପରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା କୁ କାର୍ଯ୍ୟକାରୀ କରାଯାଇଛି।ପୂର୍ବରୁ ନାଟମଣ୍ଡପରେ ପ୍ରବଳ ଭିଡ଼ ସମୟରେ ଭକ୍ତମାନେ ଗରମ ଓ ଗୁଳୁଗୁଳିରେ ଅଣନିଶ୍ୱାସୀ ହୋଇପଡ଼ୁଥିଲେ। ଏବେ ଏସି ବ୍ୟବସ୍ଥା ଆରମ୍ଭ ହେବା ପରେ ଭକ୍ତଙ୍କୁ ଏହି ସମସ୍ୟାରୁ ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି । ଏହା ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାରେ ମଧ୍ୟ ସହାୟକ ହେବ ବୋଲି ଭକ୍ତମାନେ କହିଛନ୍ତି । ନୀତିକାନ୍ତିକୁ ଦୃଷ୍ଟିରେ ରଖିବା ସହ ଜାତୀୟ ଐତିହ୍ୟ ଦୃଷ୍ଟିରୁ ଏଏସଆଇର ନିୟମକୁ ଅନୁପାଳନ କରି ନାଟମଣ୍ଡପକୁ ବାତାନୁକୂଳ କରାଯାଇଛି । ୫ ବର୍ଷର ଅପରେସନ୍ ଓ ମେଣ୍ଟେନାନ୍ସ ବ୍ୟବସ୍ଥା ସହ ଭିଆରଏଫ୍ ଭଳି ଏୟାରକଣ୍ଡିସନିଂ ସିଷ୍ଟମ୍ ଲଗାଯାଇଛି ।ନାଟମଣ୍ଡପରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥାକୁ ଭକ୍ତମାନେ ସ୍ବାଗତ କରିଛନ୍ତି। ତେବେ ଶ୍ରୀମନ୍ଦିର ନାଟମଣ୍ଡପ ଭିତରେ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଗଲେ ଭକ୍ତମାନେ ସୁବିଧାରେ ମହାପ୍ରଭୁଙ୍କ ଦର୍ଶନ ପାଇ ପାରିବେ ବୋଲି ଭକ୍ତମାନେ କହିଛନ୍ତି। ଏଣୁ ସରକାର ଯଥାଶୀଘ୍ର ଶ୍ରୀମନ୍ଦିର ନାଟମଣ୍ଡପରେ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଭକ୍ତ ଅନୁରୋଧ କହିଛନ୍ତି।

ଅଧିକ ପଢନ୍ତୁ