କେନ୍ଦ୍ର ଦେଉଥିବା ଭତ୍ତାରେ ହେଉଛି ସମସ୍ୟା । ଖୁବ୍ଶୀଘ୍ର ଏହି ଟେକ୍ନିକାଲ ଇସ୍ୟୁର ହେବ ସମାଧାନ । ଭତ୍ତା ପ୍ରସଙ୍ଗରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରଖିଛନ୍ତି ଏଭଳି ବଡ଼ ବୟାନ ।ଯେହେତୁ କେନ୍ଦ୍ର ଏବେ ଭତ୍ତା ସିଷ୍ଟମରେ ପରିବର୍ତ୍ତନ କରିବାକୁ ଯାଉଛି, ଯେଉଁଥି ପାଇଁ ଏ ସମସ୍ୟା ରହୁଛି । ଲୋକମାନେ ଧର୍ଯ୍ୟ ଧରି ରୁହନ୍ତୁ । ଏହାର ସମାଧାନ ହୋଇଗଲେ ଏକା ଥରକେ ସବୁ ଟଙ୍କା ମିଳିବ । ଭତ୍ତା ହିତାଧିକାରୀଙ୍କୁ ଅଧିକାରୀ ମାନେ ଠିକ୍ରେ ବୁଝାଇବାକୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ । ସେହିଭଳି ଗତକାଲି ମନମୋହନ ସାମଲ ମଧ୍ୟ ୧୫ ଦିନ ପାଇଁ ଅପେକ୍ଷା କରିବାକୁ ଅନୁରୋଧ କରିଛନ୍ତି। ସଫ୍ଟୱେର ଅପଡେଟ ଥିବାରୁ ଏହିଭଳି ସମସ୍ୟା ସୃଷ୍ଟି ହୋଇଛି।
