ଭାଙ୍ଗିଲା କାନପୁର ନଦୀବନ୍ଧର କପର୍ ଡ୍ୟାମ୍

ଭାଙ୍ଗିଲା ଯୋଡ଼ା ବ୍ଲକ୍ ବାସୁଦେବପୁର ଠାରେ ନିର୍ମାଣାଧୀନ କାନୁପୁର ବୃହତ୍ ଜଳସେଚନ ପ୍ରକଳ୍ପ କପର୍ ଡ୍ୟାମ୍ । ଗୁରୁବାର ସକାଳ ପ୍ରାୟ ୭ଟା ୩୦ ମିନିଟ୍ ସମୟରେ ମାଟି ବନ୍ଧ ବା କପର୍ ଡ୍ୟାମ୍ ଭାଙ୍ଗିବା ପରେ ମୁଖ୍ୟ ଡ୍ୟାମର ୬ଟି ରେଡିୟାଲ ଏବଂ ୨ଟି ଡିପ୍ଲିସନ୍ ସ୍କୁଇସ୍ ଗେଟ୍ ଖୋଲାଗଲା। ଡ୍ୟାମ୍ ଅଞ୍ଚଳରେ ସତର୍କ ସାଇରନ୍ ବାଜାଜିବା ସହ ଲୋକଙ୍କୁ ପାଖକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି ।ତେବେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଡ୍ୟାମରେ ବିପୁଳ ପରିମାଣର ବର୍ଷାଜଳ ପ୍ରବେଶ କରୁଥିବାରୁ ଏହି ମାଟିବନ୍ଧ ଭାଙ୍ଗିଯାଇଛି । ଡ୍ୟାମର ସ୍ଥିତି ପରଖିବା ପାଇଁ ଚମ୍ପୁଆ ଉପଜିଲ୍ଲାପାଳ, ବଡ଼ବିଲ ତହସିଲଦାର ଡ୍ୟାମ କତ୍ତୃପକ୍ଷଙ୍କ ସହିତ ଡ୍ୟାମ ପରିଦର୍ଶନ କରି ଡ୍ୟାମର ସ୍ଥିତି ପରଖିଛନ୍ତି ।ଲୋକଙ୍କୁ ନଦୀ ନିକଟକୁ ନଯିବା, ନଦୀ ପାର ହେବା କିମ୍ବା ପାଣିରେ ପ୍ରବେଶ ନକରିବାକୁ, ଛୋଟ ପିଲା ଓ ଗୃହପାଳିତ ପଶୁଙ୍କୁ ଦୂରରେ ରଖିବାକୁ ପରାମର୍ଶ ଦିଆଯାଇଛି। ଆସନ୍ତା ଜୁଲାଇ ଶେଷ ସୁଦ୍ଧା ନିର୍ମାଣାଧୀନ କାନୁପୁର ଡ୍ୟାମର ପ୍ରକଳ୍ପ କାର୍ଯ୍ୟ ଶେଷ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ଏଥିପାଇଁ ୨ଟି ଡିପ୍ଲିସନ୍ ସ୍ଲୁଇସ୍ ଗେଟ୍ ଏବଂ ୫ ଟି ରେଡିୟଲ ଗେଟ୍ ନିର୍ମାଣ କାର୍ଯ୍ୟ ପାଇଁ ଅସ୍ଥାୟୀ ଭାବେ ମାଟି ପକାଇ ନିର୍ମାଣ ଏହି କପର ଡ୍ୟାମ କରାଯାଇଥିଲା । ମାତ୍ର ଲଗାଣ ବର୍ଷା ଫଳରେ ଏବେ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ପ୍ରକଳ୍ପ ଶେଷ ହେବା ଦେଖାଯାଉନାହିଁ । ଗତ ବର୍ଷ ମଧ୍ୟ ସମାନ ପରିସ୍ଥିତି ଉପୁଜିଥିଲା ।

ଅଧିକ ପଢନ୍ତୁ