ଭାରତକୁ ଅସୀମିତ ତେଲ ଦେବାକୁ ପ୍ରସ୍ତୁତ ଆମେରିକା’: ମାର୍କୋ ରୁବିଓ

ମଧ୍ୟପ୍ରାଚ୍ୟ ଯୁଦ୍ଧ, ହର୍ମୁଜ କଟକଣା ଓ ତୈଳ ସଙ୍କଟ ଭିତରେ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ । ଏହି ଗସ୍ତ ପୂର୍ବରୁ ବଡ଼ ବୟାନ ଦେଇଛନ୍ତି ରୁବିଓ । କହିଛନ୍ତି, ଭାରତ ଯେତେ ଇନ୍ଧନ କିଣିବାକୁ ଚାହୁଁଛି ତାହା ଦେବାକୁ ଆମେରିକା ପ୍ରସ୍ତୁତ ଅଛି ।ମିଆମୀଠାରେ ସାମ୍ବାଦିକମାନଙ୍କ ସହ ଆଲୋଚନା କରିବା ସମୟରେ ରୁବିଓ ଭାରତକୁ ଆମେରିକାର ଏକ ଚମତ୍କାର ସହଯୋଗୀ ଏବଂ ସଂପର୍କୀୟ ଭାବେ ଅଭିହିତ କରିଛନ୍ତି । ସମାଚାର ଏଜେନ୍ସି ପିଟିଆଇ (PTI) ର ରିପୋର୍ଟ ଅନୁଯାୟୀ, ଆମେରିକା ବିଦେଶ ମନ୍ତ୍ରୀ କହିଛନ୍ତି ଯେ ତାଙ୍କର ଏହି ଭାରତ ଗସ୍ତ ବେଶ୍ ଗୁରୁତ୍ୱପୂର୍ଣ୍ଣ, କାରଣ ଏହି ସମୟରେ ତାଙ୍କୁ ‘କ୍ୱାଡ୍’ ଦେଶଗୁଡ଼ିକର ବିଦେଶ ମନ୍ତ୍ରୀମାନଙ୍କୁ ଭେଟିବାର ସୁଯୋଗ ମିଳିବ ।ଭାରତ ସହ ଦୃଢ଼ ସମ୍ପର୍କର ସପକ୍ଷରେ ଯୁକ୍ତି ବାଢ଼ି ଆମେରିକା ବିଦେଶ ମନ୍ତ୍ରୀ କହିଛନ୍ତି, “ଆମେ ଭାରତ ସହିତ ମିଶି ବହୁତ ଭଲ କାମ କରୁଛୁ । ତେଣୁ ଏହି ଗସ୍ତ ଆମ ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ । ମୁଁ ବହୁତ ଖୁସି ଯେ ଆମେ ଏହି ଗସ୍ତ କରୁଛୁ, କାରଣ ମୋର ବିଶ୍ୱାସ ଅଛି ଯେ ଆମ ପାଖରେ ଆଲୋଚନା କରିବା ପାଇଁ ଅନେକ ପ୍ରସଙ୍ଗ ରହିଛି। ତେବେ ଭେନଜୁଏଲାର ରାଷ୍ଟ୍ରପତି ଆସନ୍ତା ସପ୍ତାହରେ ଭାରତକୁ ଆସିବେ । ଏହି ସମୟରେ ତେଲ ବିକିବା ନେଇ ଚର୍ଚ୍ଚା ହେବ ।

ଅଧିକ ପଢନ୍ତୁ