ଭାରତରତ୍ନ ଡ. ଏ.ପି.ଜେ. ଅବଦୁଲ କାଲାମଙ୍କ ୯୫ତମ ଜନ୍ମବାର୍ଷିକୀ ପାଳିତ

ନୟାଗଡ଼,(ଓଡ଼ିଶା ଦର୍ପଣ):ଭାରତର ପୂର୍ବତନ ରାଷ୍ଟ୍ରପତି, ବିଶିଷ୍ଟ ବୈଜ୍ଞାନିକ ତଥା ‘ମିସାଇଲ ମ୍ୟାନ୍’ ଭାବେ ପରିଚିତ ଭାରତରତ୍ନ ଡ. ଏ.ପି.ଜେ. ଅବଦୁଲ କାଲାମଙ୍କ ୯୫ତମ ଜନ୍ମଜୟନ୍ତୀ ଗୁରୁବାର ନୟାଗଡ଼ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଶ୍ରଦ୍ଧା ଓ ସମ୍ମାନର ସହ ପାଳିତ ହୋଇଯାଇଛି।


ପୂର୍ବାହ୍ନରେ ବିଇଓ କାର୍ଯ୍ୟାଳୟ ପ୍ରାଙ୍ଗଣରେ ସ୍ଥାପିତ ଡ.କାଲାମଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନେ ଧୂପ, ଦୀପ ଏବଂ ପୁଷ୍ପମାଲ୍ୟ ଅର୍ପଣପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ମଧୁମିତା ରଥ ଯୋଗଦାନ କରି ଡ.କାଲାମଙ୍କ ଜୀବନଦର୍ଶନ ଓ ଆଦର୍ଶରୁ ପ୍ରେରଣାଲାଭ କରିବାକୁ ଆହ୍ୱାନ ଦେଇଥିଲେ।
ସମ୍ମାନିତ ଅତିଥି ଭାବେ ବ୍ଲକ ଶିକ୍ଷାଧିକାରିଣୀ ମୁନାରାଣୀ ମହାନ୍ତି ଯୋଗଦେଇ ଡ. କାଲାମଙ୍କ ବୈଜ୍ଞାନିକ ଦୃଷ୍ଟିକୋଣ ଏବଂ ଯୁବପିଢ଼ିଙ୍କ ପ୍ରତି ଥିବା ସ୍ୱପ୍ନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।ଅତିରିକ୍ତ ବ୍ଳକ ଶିକ୍ଷାଧିକାରୀ ଧନେଶ୍ୱର ସେଠୀ ଏବଂ ସଞ୍ଜୟ କୁମାର ମଲ୍ଲିକ ଯୋଗଦାନ କରିଥିଲେ।


ଅନ୍ୟମାନଙ୍କ ମଧ୍ୟରେ ନୟାଗଡ଼ ବ୍ଳକ ଶିକ୍ଷକ ସଂଘର ନେତା ବଟକୃଷ୍ଣ ମିଶ୍ର, ଶେଖ୍ ଅବଦୁଲ ଖାଲିକ, ଲକ୍ଷ୍ମୀଧର ସାହୁ, ଅଶୋକ କୁମାର ମଲ୍ଲ,ବିପିନ ବିହାରୀ ଦାସ,ଦେବରାଜ ମହାପାତ୍ର, ଜୟକୃଷ୍ଣ ପଣ୍ଡା,ମନୋଜ ସେଠି,ସଲିମ ଇବ୍ରାହୀମ,ସରୋଜ ବିଶ୍ୱାଳ,ଉମେଶ ସ୍ୱାଇଁ, ଭଗବାନ ପଣ୍ଡା, ବିଶ୍ୱନାଥ ସାହୁ,ରବିନ୍ଦ୍ର କୁମାର ସାହୁ, ଶେଖ ଅବଦୁଲ ମାଜିଦ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ବେଳେ କାର୍ଯ୍ୟାଳୟ ବରିଷ୍ଠ କିରାଣୀ ଶୋଭେସ କୁମାର ଶୁକ୍ଲା ଏବଂ ସହାୟକ ସୁଦର୍ଶନ ସାହୁ ଏବଂ ଅଭୟ ଚରଣ ସାହୁ ପ୍ରମୁଖ ସହଯୋଗ କରିଥିଲେ।ଶିକ୍ଷକ ସମାଜର ଏପରି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଇଛି।

ଅଧିକ ପଢନ୍ତୁ