ଓଡ଼ିଶା ଭିଜିଲାନ୍ସ କଟକ ଜିଲ୍ଲାର ନିଆଳି ତହସିଲ ଅନ୍ତର୍ଗତ ମାଧବା ସର୍କଲର ରାଜସ୍ୱ ନିରୀକ୍ଷକ (ଆରଆଇ) କିଶୋର କୁମାର ସ୍ୱାଇଁ ଏବଂ ତାଙ୍କ ସହଯୋଗୀ ସୁକାନ୍ତ ପ୍ରଧାନଙ୍କୁ ଲାଞ୍ଚ ନେଉଥିବା ବେଳେ ଧରିଛନ୍ତି। ସେମାନେ ୩୦ ହଜାର ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି।ସୂଚନା ଅନୁସାରେ, ଜଣେ ହିତାଧିକାରୀଙ୍କଠାରୁ ମ୍ୟୁଟେସନ ପାଇଁ ଆରଆଇ ୩୦ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ । ସହଯୋଗୀ ଦଲାଲ ସୁକାନ୍ତଙ୍କ ସହାୟତାରେ ଏହି କାମ କରୁଥିଲେ । ଏନେଇ ଭିଜିଲାନ୍ସ ପାଖରେ ଖବର ପହଞ୍ଚିବା ପରେ ଜଗି ବସିଥିଲେ । ଆଉ ଟଙ୍କା ନେବାବେଳେ ମାଡ଼ି ବସିଥିଲା ଭିଜିଲାନ୍ସ । ଉଭୟଙ୍କୁ ରଙ୍ଗେହାତ ଧରିଥିବାବେଳେ ଗିରଫ କରାଯାଇଛି । ଏହାସହ ଆରଆଇ କିଶୋର ସ୍ବାଇଁଙ୍କ ଦୁଇଟି ସ୍ଥାନରେ ମଧ୍ୟ ରେଡ୍ ଚାଲିଛି । ଆୟ ବହିର୍ଭୁତ ସମ୍ପତ୍ତିଠୁଳ ଅଭିଯୋଗରେ ଏହି ରେଡ୍ କରାଯାଇଛି ଅଭିଯୋଗଭିତ୍ତିରେ ଭିଜିଲାନ୍ସ ଦୁର୍ନୀତି ନିବାରଣ ଆଇନର ଧାରା ୭ରେ ନଂ୨୮ରେ ଏକ ମାମଲା ରୁଜୁ କରିଥିଲେ।
