୩ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ସମ୍ବଲପୁର-ତାଳଚେର ରେଳପଥ ଦୋହରୀକରଣ ପ୍ରକଳ୍ପର ସ୍ୱତନ୍ତ୍ର ଜମିଅଧିଗ୍ରହଣ ଅଧିକାରୀ ଧରାପଡିଛନ୍ତି।ରେଳପଥ ଦୋହରୀକରଣ ପ୍ରକଳ୍ପରେ ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ଅର୍ଥ ମଞ୍ଜୁରୀ କରାଇଦେବା ପାଇଁ ଲାଞ୍ଚ ନେଉଥିବାବେଳେ ଓଡ଼ିଶା ଭିଜିଲାନ୍ସ ଟିମ୍ ଅଜୟ କୁମାର ଗଡ଼ନାଏକଙ୍କୁ ଧରିଛି।ମିଳିଥିବା ସୂଚନା ଅନୁଯାୟୀ, ଜଣେ ଜମି ମାଲିକଙ୍କର ୮୪,୬୨,୨୮୮ ଟଙ୍କାର କ୍ଷତିପୂରଣ ରାଶି ମଞ୍ଜୁର କରିବା ଏବଂ ଆଗାମୀ ତୃତୀୟ ରେଳଲାଇନ୍ ପ୍ରକଳ୍ପ ପାଇଁ ଅନୁକୂଳ କାଗଜପତ୍ର ପ୍ରସ୍ତୁତ କରିବା ଲାଗି ଏସ୍ଏଲ୍ଏଓ ଗଡ଼ନାଏକ ମୋଟ ୫,୧୦,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ଏଥିମଧ୍ୟରୁ ସେ ଗତ ଅକ୍ଟୋବର ୨୭ ତାରିଖରେ ୨ ଲକ୍ଷ ଟଙ୍କା ଅଗ୍ରିମ ଭାବେ ନେଇସାରିଥିଲେ। ସୋମବାର ଅବଶିଷ୍ଟ ୩,୧୦,୦୦୦ ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଥିଲା।ଏହି ଘଟଣାରେ ସମ୍ବଲପୁର ଭିଜିଲାନ୍ସ ଥାନାରେ ପି.ଏସ୍. କେସ୍ ନଂ. ୨୦/୨୦୨୬ ରୁଜୁ କରାଯାଇଛି। ଏଥିସହ ଅଭିଯୁକ୍ତଙ୍କ ବିଭିନ୍ନ ଠିକଣାରେ ଆୟବହିର୍ଭୂତ ସମ୍ପତ୍ତି ଠାବ କରିବା ପାଇଁ ଏକକାଳୀନ ଚଢ଼ାଉ ଜାରି ରହିଛି।
