ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଆରଆଇ, ୪ ହଜାର ଲାଞ୍ଚ ନେବା ବେଳେ ଧରାପଡ଼ିଲେ

ସୁନ୍ଦରଗଡ ଜିଲା କୁଆରମୁଣ୍ଡା ତହସିଲ ଅଧୀନ କଲୋସିହିରା ସର୍କଲର ରାଜସ୍ୱ ନିରୀକ୍ଷକ ଲାଞ୍ଚ ନେଉଥିବା ବେଳେ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି।ସୂଚନାନୁଯାୟୀ, କୁଆଁରମୁଣ୍ଡା ତହସିଲର କଳୋସିହିରିଆ ଆରଆଇ ଅନିତା ଜେନା ଜଣେ ବ୍ୟକ୍ତିଙ୍କୁ ଜମି ଡିମାର୍କେସନ ପାଇଁ ୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଅଭିଯୋଗକାରୀ ଏନେଇ ଭିଜିଲାନ୍ସର ଦ୍ଵାରସ୍ଥ ହୋଇଥିଲେ। ପୂର୍ବ ପ୍ରସ୍ତୁତି ମୁତାବକ ଆରଆଇ ଆଜି ଲାଞ୍ଚ ନେବା ବେଳେ ଭିଜିଲାନ୍ସ ମାଡ଼ି ବସିଥିଲା। ତାଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା ଜବତ ହୋଇଛି।ଏହି ଘଟଣାରେ ରାଉରକେଲା ଭିଜିଲାନ୍ସ ଥାନା ମାମଲା ନଂ–୦୫, ତାରିଖ ୨୦.୦୭.୨୦୨୬, ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା–୭ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଅନିତାଙ୍କ ୩ଟି ଠିକଣାରେ ଭିଜିଲାନ୍ସ ରେଡ୍ କରିଛି।

ଅଧିକ ପଢନ୍ତୁ