ଏୟାର ଇଣ୍ଡିଆର ଫ୍ଲାଇଟରେ ଟରବୁଲେନ୍ସ ପରେ ଇଣ୍ଡିଗୋର ଫ୍ଲାଇଟ ଇଞ୍ଜିନ ଫେଲ ହେବାର ମାମଲା ସାମ୍ନାକୁ ଆସିଛି। ଉଭୟ ମାମଲାରେ ଫ୍ଲାଇଟ ଦୁର୍ଘଟଣାର ଶିକାର ହେବାରୁ ବର୍ତ୍ତି ଯାଇଛି। କିନ୍ତୁ ଦିଲ୍ଲୀ ଏୟାରପୋର୍ଟ ପରି ଆଜି ଚେନ୍ନାଇ ଏୟାରପୋର୍ଟରେ ମଧ୍ୟ ହଇଚଇ ସୃଷ୍ଟି ହୋଇଯାଇଥିଲା। ଏୟାରପୋର୍ଟ ଅଧିକାରୀମାନଙ୍କ ମଧ୍ୟରେ ଉତ୍ତେଜନା ସ୍ଥିତି ସୃଷ୍ଟି ହୋଇଥିଲା ଏବଂ ତରବରିଆ ଭାବେ ରନୱେ ଖାଲି କରାଇ ଆମ୍ବୁଲାନ୍ସ ଓ ଫାୟାର ବ୍ରିଗେଡ ମୁତୟନ କରାଯାଇଥିଲା। ଫୁଲ ସିକ୍ୟୁରିଟି ମଧ୍ୟରେ ଏୟାରପୋର୍ଟରେ ଫ୍ଲାଇଟର ସୁରକ୍ଷିତ ଲ୍ୟାଣ୍ଡିଂ ହେବା ପରେ ଯାତ୍ରୀ ଏବଂ ଏୟାରପୋର୍ଟ ଷ୍ଟାଫ ମଧ୍ୟ ଆଶ୍ୱସ୍ତି ହୋଇଥିଲେ। ବିମାନରେ ଥିବା ୨୨୪ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟ ସୁରକ୍ଷିତ ଥିଲେ । ବିମାନଟି ସୁରକ୍ଷିତ ଭାବେ ଅବତରଣ କରିବା ପରେ ଚେନ୍ନାଇ ବିମାନବନ୍ଦରରେ ଘୋଷିତ ଜରୁରୀ ଘୋଷଣାକୁ ରାତି ୧୧ଟା ୪୭ ମିନିଟ୍ରେ ଆନୁଷ୍ଠାନିକ ଭାବେ ହଟାଇ ଦିଆଯାଇଥିଲା । ଏହା ପରେ ବିମାନବନ୍ଦରର ସମସ୍ତ କାର୍ଯ୍ୟକଳାପ ସ୍ୱାଭାବିକ ଭାବେ ଚାଲିଥିବା ଜଣାପଡିଛି ।। ଇଞ୍ଜିନ ବିଫଳତାର ସଠିକ୍ କାରଣ ନିର୍ଣ୍ଣୟ କରିବା ପାଇଁ ଏହି ଇଣ୍ଡିଗୋ ବିମାନର ଯାଞ୍ଚ କରାଯାଉଛି।
