ରାଜଧାନୀରେ ଧରାପଡ଼ିଲା ନକଲି ପୋଲିସ ବାବୁ। ନକଲି ଆଡିସନାଲ୍ ଏସପିକୁ ଗିରଫ କଲା ଖାରବେଳନଗର ଥାନା ପୋଲିସ। ଧରାପଡିଥିବା ବ୍ୟକ୍ତି ଜଣକ ହେଉଛନ୍ତି ରଜନୀକାନ୍ତ ମହାନ୍ତି।ଅଭିଯୁକ୍ତ ରଜନୀକାନ୍ତ ୟୁନିଟ୍-୩ ଅଞ୍ଚଳରେ ଭଡ଼ାଘରେ ରହୁଥିବା ସୂଚନା ମିଳିଛି। ନିଜକୁ ଆଡିସନାଲ୍ ଏସପି ପରିଚୟ ଦେଇ ଲୋକଙ୍କୁ ଧମକ ଦେଉଥିଲେ। ଦୁଇ ମାସ ପୂର୍ବରୁ ଜଣେ ବ୍ୟକ୍ତିଙ୍କ ଗାଡ଼ି ଭଙ୍ଗାରୁଜା ବି ଅଭିଯୋଗ ରହିଛି।
