ଭୂଦାନ ଜମି କାରବାରରେ ାରଙ୍କ କଡ଼ା କଟକଣା

ଭୂଦାନ ଜମି କାରବାରରେ ଜମି ବଣ୍ଟନ ଓ ରେକର୍ଡରେ ନାଁ ଚଢ଼ାଇବା ପ୍ରକ୍ରିୟା ସ୍ଥଗିତ। ପୂର୍ବରୁ ରେକର୍ଡ ହୋଇଥିବା ଜମି ହସ୍ତାନ୍ତର ଉପରେ ବି ରୋକ୍‌ । ଭୂଦାନ ଜମି ବଣ୍ଟନରେ ଅନିୟମିତତା ଓ ଆଇନଗତ ଜଟିଳତା ରୋକିବା ପାଇଁ ରାଜ୍ୟ ସରକାର କଡ଼ା ପଦକ୍ଷେପ ନେଇଛନ୍ତି । ପରବର୍ତ୍ତୀ ନିର୍ଦ୍ଦେଶ ଜାରି ନହେବା ପର୍ଯ୍ୟନ୍ତ ଭୂଦାନ ଜମି ବଣ୍ଟନ ଏବଂ ହିତାଧିକାରୀଙ୍କ ନାମରେ ଜମି ରେକର୍ଡ କରିବା ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସ୍ଥଗିତ ରଖାଯାଇଛି । ସେହିପରି ପୂର୍ବରୁ ହିତାଧିକାରୀଙ୍କ ନାଁରେ ରେକର୍ଡ ହୋଇଥିବା ଭୂଦାନ ଜମିର କୌଣସି ପ୍ରକାର ହସ୍ତାନ୍ତର କିମ୍ବା ପଞ୍ଜୀକରଣ କରାଯିବ ନାହିଁ । ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସମସ୍ତ ଜିଲ୍ଲାପାଳ, ରେଭିନ୍ୟୁ ଡିଭିଜନାଲ କମିସନର, ରେଜିଷ୍ଟ୍ରେସନ୍‌ ମହାନିରୀକ୍ଷକ ଏବଂ ଭୂ-ଅଭିଲେଖ ଓ ସର୍ଭେ ନିର୍ଦ୍ଦେଶାଳୟକୁ ଚିଠି ଲେଖିଛି ।

ଅଧିକ ପଢନ୍ତୁ