ଭୟଙ୍କର ରୋଗ ସହ ଲଢୁଛନ୍ତି ସଲମାନ ଖାନ , ହେଲା ବଡ଼ ଖୁଲାସା

ସଲମାନ ଖାନ ବଲିଉଡର ସବୁଠାରୁ ବଡ ସୁପରଷ୍ଟାରମାନଙ୍କ ମଧ୍ୟରୁ ଜଣେ। ସିନେମା ଜଗତକୁ ଅନେକ ହିଟ ଫିଲ୍ମ ଦେଇଛନ୍ତି ଏହି ଅଭିନେତା । ସଲମାନଙ୍କୁ ଏବେ ୫୯ ବର୍ଷ ବୟସ। ବୟସାଧିକ ସତ୍ତ୍ୱେ ଫିଲ୍ମରେ ବହୁତ ସକ୍ରିୟ ଅଛନ୍ତି ସେ।ଏବେ ଅଭିନେତା ଶୋ’ରେ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ଏକ ବଡ଼ ଖୁଲାସା କରିଛନ୍ତି। ଯାହା ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି। ସେ ଏବେ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ସହିତ ଲଢ଼ୁଛନ୍ତି। ତଥାପି ସେ ନିଜର କଠିନ ପରିଶ୍ରମ ଏବଂ ଆଗ୍ରହ ସହିତ କାମ ଜାରି ରଖିଛନ୍ତି। ସେ ଟ୍ରାଇଜେମିନାଲ ନ୍ୟୁରାଲଜିଆ, ବ୍ରେନ ଆନ୍ୟୁରିଜମ୍‌ ଏବଂ ଏଭି ମାଲ୍‌ଫର୍ମେସନ ଭଳି ରୋଗରେ ପୀଡ଼ିତ। ଏଥିଯୋଗୁ ଶାରୀରିକ ଭାବରେ କ୍ଲାନ୍ତ ହେବା ଏବଂ ଅତ୍ୟଧିକ ଯନ୍ତ୍ରଣା ସତ୍ତ୍ୱେ ଫିଲ ପାଇଁ କଠିନ ପରିଶ୍ରମ କରୁଛନ୍ତି।

ସଲମାନ କହିଥିଲେ, ‘ମୁଁ ପ୍ରତିଦିନ ହାଡ଼ ଭାଙ୍ଗୁଛି, ପଞ୍ଜରା ଭାଙ୍ଗୁଛି, ଟ୍ରାଇଜେମିନାଲ ନ୍ୟୁରାଲଜିଆ(trigeminal neuralgia)ରେ ପୀଡ଼ିତ ଥିବା ସତ୍ତ୍ୱେ କାମ କରୁଛି, ମସ୍ତିଷ୍କରେ ଆନିଉରିଜମ୍‌(aneurysm) ହୋଇଥିବା ଯୋଗୁ ଏହାର ଚିକିତ୍ସା ଉପରେ କାମ କରୁଛି। AV malformation ଅଛି, ଏହାର ଚିକିତ୍ସା ଚାଲିଛି। ମୋ ଜୀବନରେ ଏସବୁ ଚାଲିଛି ଯଦି ଏହା କମ ବୟସରେ ହୋଇଥାନ୍ତା, ତେବେ ଏହା ଠିକ ହୋଇଥାନ୍ତା, ଆମେ ପୁଣି କାମ କରିଥାନ୍ତୁ। ହେଲେ ଏବେ ହୋଇ ବେଶ ଅସୁବିଧା ଭୋଗିବାକୁ ପଡ଼ୁଥିବା ସେ କହିଛନ୍ତି।

ଅଧିକ ପଢନ୍ତୁ

kc ads