ରାୟଗଡ଼ା ତା ୩୧/୦୮ (ନିପ୍ର) ଦୁଇ ମାସ ବ୍ୟବଧାନ ପରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାୟଗଡ଼ା ଅଧିଷ୍ଠାତ୍ରୀ ମା ମଝିଘରିଆଣୀ ମନ୍ଦିରର ଦାନ ହୁଣ୍ଡି ଖୋଲାଯାଇଛି । ଉକ୍ତ ଦାନ ହୁଣ୍ଡିରୁ ବେଳେ ସେଥିରୁ ୫୪ ଲକ୍ଷ ୧୫ ହଜାର ୯୦୨ ନଗଦ ଟଙ୍କା , ସୁନା ୬୪ ଗ୍ରାମ, ରୂପା ୧୭୬୪ ଗ୍ରାମ , ୧୪ ଟି ବିଦେଶୀ ମୁଦ୍ରା ସହ ଗୋଟିଏ ଅଚଳ ୫ଶହ ଟଙ୍କିଆ ମୁଦ୍ରା ହୁଣ୍ଡି ରୁ ମିଳିଛି। ସେହିଭଳି ଡିଜିଟାଲ ପେମେଣ୍ଟ ଭାବରେ ୧ଲକ୍ଷ ୭୯ ହଜାର ୧୨ ଟଙ୍କା ମିଳିଥିବା ନେଇ ଟ୍ରଷ୍ଟ ପକ୍ଷରୁ ସୂଚନା ଦେଇଛନ୍ତି । ଆଜିର ଗଣତି କାର୍ଯ୍ୟ ୟୁନିଅନ ବ୍ୟାଙ୍କ ରାୟଗଡ଼ା ଶାଖା କୁଁପ୍ରଦନ କରାଯାଇଥିବା ବେଳେ ଏହି ଗଣତି କାର୍ଯ୍ୟରେ ବିଭିନ୍ନ ସାମାଜିକ ସଂଗଠନ ର ମହିଳା ଓ ସେଚ୍ଛାସେବୀ ଅନୁଷ୍ଠାନର ପ୍ରାୟ ୧୦୦ ଜଣ ମହିଳା ଆଜିର ଏହି ଗଣତି କାର୍ଯ୍ଯରେ ନିୟୋଜିତ ରହିଥିଲେ ।

ପୂର୍ବଥର ଦାନହୁଣ୍ଡି ପ୍ରାୟ ୬ ମାସ ବ୍ୟବଧାନ ପରେ ଖୋଲାଯାଇଥିଲା ଯାହାକି ବର୍ତ୍ତମାନ ଚଳିତ ଥର ୨ ମାସ ବ୍ୟବଧାନ ପରେ ଆଜି ରାଜସ୍ବ ବିଭାଗ ଅଧିକାରୀ ଙ୍କ ଉପସ୍ଥିତ ରେ ସକାଳ ୧୦ ଟା ସମୟରେ ଖୋଲାଯାଇଥିଲା । ଯାହାକି ଏହାର ଗଣତି ଅପରାହ୍ନ ପ୍ରାୟ 5.30 ସମୟରେ ସମାପ୍ତ ହୋଇଥିଲା । ପୂର୍ବଥର ଦାନ ହୁଣ୍ଡିରୁ ନଗଦ ୧ କୋଟି ୨୨ ଲକ୍ଷ ୨୯ହଜାର ୬୨୩ ଟଙ୍କା , ୧୩୦୦ ଗ୍ରାମ ରୂପା ଓ ୬୪ ଗ୍ରାମ ସୁନା ବାହାରିବା ସହ ୯ଟି ବିଦେଶୀ ଓ ଅଚଳ ନୋଟ୍ ବାହାରିଥିଲା। ଏହାସହିତ ୟୂପିଆଇ ସ୍କାନରରେ ୩ଲକ୍ଷ ୯୭ ହଜାର ୨୩୧ ଟଙ୍କା ବାହାରିଥିଲା। ଆଜିର ଏହି ଗଣତି କାର୍ଯ୍ୟ ପରେ ସମସ୍ତ ଦାନ ଅର୍ଥ ୟୁନିୟନ୍ ବ୍ଯାଙ୍କ ଅଫ୍ ଇଣ୍ଡିଆ ରେ ଗଣତି ପରେ ଜମା କରାଗଲା । ଏହି ଦାନ ହୁଣ୍ଡିରୁ ବାହାରି ଥିବା ଅର୍ଥ ମନ୍ଦିର ର ଉନ୍ନତି, ପରିଚାଳନା ସହ ବିଭିନ୍ନ ସାମାଜିକ କାର୍ଯ୍ୟରେ ଖର୍ଚ୍ଚ ହେବ ବୋଲି ମନ୍ଦିର ପରିଚାଳନା ଟ୍ରଷ୍ଟର ସଭାପତି ସୂଚନା ଦେଇଛନ୍ତି। ଏହି ଗଣତି କାର୍ଯ୍ୟକ୍ରମରେ ମନ୍ଦିର ଟ୍ରଷ୍ଟ ର ସୁପେରିଟେଣ୍ଡେଣ୍ଟ ଜାନକୀ ବଲ୍ଲଭ ମହାନ୍ତି ଙ୍କ ସହ ଟ୍ରଷ୍ଟ ର ସଦସ୍ୟ ରାଧାକୃଷ୍ଣ ଦଳେଇ, ଦେବେନ୍ଦ୍ର ବେହେରା, ପି ବାସୁ, ରାଜସ୍ୱ ନିରୀକ୍ଷକ ପୁଷ୍ପିତା ବେହେରା, ସମେତ ୟୁନିଅନ ବ୍ୟାଙ୍କ କର୍ମଚାରୀ ମାନେ ଉପସ୍ଥିତ ଥିଲେ।
