ବନ୍ୟା ସ୍ଥିତି ଭିତରେ ଆଶ୍ବସ୍ତିକର ଖବର । ମହାନଦୀରେ ଆଉ ବନ୍ୟାର ଆଶଙ୍କା ନାହିଁ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି । ଦୁଇ ଦିନ ତଳେ ପିକ୍ ଫ୍ଲଡ୍ ଥିଲା ହେଲେ ଆଜି ହୀରାକୁଦ ବନ୍ଧ ଏକ ବଡ଼ ବନ୍ୟାକୁ ରୋକିଲା ବୋଲି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।ହୀରାକୁଦରେ ଏବେ ୬୨୫ ଫୁଟ ପାଣି ଅଛି, ଉପମୁଣ୍ଡରୁ ପାଣି କମିଛି । ହୀରାକୁଦରୁ ଖୋଲାଥିବା ୨୨ଟି ଗେଟ ୨ ଦିନ ଯାଏଁ ବନ୍ଦ ହେବନି । ମୁଣ୍ଡଳୀରେ ଏବେ ବନ୍ୟା ସ୍ଥିତି ନାହିଁ । ବୈତରଣୀ ସମେତ ଅନ୍ୟ ସବୁ ନଦୀରେ ଜଳସ୍ତର କମୁଛି । ଛତିଶଗଡ କଲମାର ଗେଟ ଖୋଲିଲା, ହେଲେ ପାଣି କମୁଛି । ରେଙ୍ଗାଲିରେ ଗୋଟେ ଗେଟ ଖୋଲା ଅଛି, ବ୍ରାହ୍ମଣୀରେ ବନ୍ୟା ହେବନି । ତେବେ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ଜଳବନ୍ଦୀ ପରିସ୍ଥିତି ଦେଖାଯିବ । ବର୍ଷା ନ ହେବା ଯାଏଁ ମହାନଦୀକୁ ଆଉ ବନ୍ୟା ନାହିଁ ।
