ମହିଳାଙ୍କ ବେକ କଟା ଦୃଶ୍ୟକୁ ବିରୋଧ, କଳାକାରଙ୍କୁ ଆକ୍ରମଣ କଲେ ଦର୍ଶକ

ଯାଜପୁରରେ ଅପେରା ଯାଜ୍ଞସେନୀ ପାର୍ଟିର ନାଟକ ସନାତନୀ ମଞ୍ଚସ୍ଥ ବେଳେ କଳାକାରଙ୍କ ଉପରେ ଆକ୍ରମଣ ହୋଇଛି। ଧର୍ମାନ୍ତରୀକରଣକୁ ନେଇ ନାଟକରେ ଏକ ଦୃଶ୍ୟ ପ୍ରଦର୍ଶିତ ହେଉଥିଲା। କିଛି ସମୟ ପାଇଁ ବନ୍ଦ ହେଲା ନାଟକ। ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ରୋଡ ଥାନା ଚାନ୍ଦମା କାଳୀ ପଡିଆରେ । ଏବର୍ଷର ପ୍ରଥମ କ୍ୟାମ୍ପରେ ମଞ୍ଚସ୍ଥ ହୋଇଥିଲା ନାଟକ ‘ସନାତନୀ’। ନାଟକରେ ହିନ୍ଦୁମାନଙ୍କୁ ନିର୍ଯାତନା ଦିଆଯାଉଥିବାର ଏକ ଦୃଶ୍ୟ ପରିବେଷଣ ହେଉଥିଲା। ଏହି ସମୟରେ କିଛି ଦର୍ଶକ ଉତ୍ତେଜିତ ହୋଇପଡ଼ିଥିବା ଅଭିଯୋଗ ହୋଇଛି।ସେଥିରେ ଜଣେ ମହିଳାଙ୍କ ବେକ କାଟୁଥିବାର ଏକ ଦୃଶ୍ୟ ରହିଥିଲା ଏବଂ ସେହି ଦୃଶ୍ୟ ଦର୍ଶକଙ୍କୁ ବିଚଳିତ କରିଥିଲା। ଯାହାକୁ ନେଇ ଦର୍ଶକ ଉତକ୍ଷିପ୍ତ ହୋଇଥିଲେ, ଚେୟାରମାଡ କରିଥିଲେ।ଯେଉଁଥିରେ ଆହତ ହୋଇଛନ୍ତି ଅଭିନେତ୍ରୀ ତମସା। ଯାହାଫଳରେ କିଛି ସମୟ ପାଇଁ ନାଟକ ବନ୍ଦ ରହିଥିଲା। ଯାତ୍ରା କମିଟି ସଦସ୍ୟ ମାନେ ଆସି ଦର୍ଶକଙ୍କୁ ବୁଝା ସୁଝା କରିବା ପରେ ପୁଣି ନାଟକ ମଞ୍ଚସ୍ଥ ହୋଇଥିଲା।

ଅଧିକ ପଢନ୍ତୁ