ମାଟି ତଳୁ ବାହାରିଲା ୨ କୁଇଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ

ଗଜପତି ଜିଲ୍ଲା ଆର୍.ଉଦୟଗିରି ଥାନା ଭିମନପୁର୍ ଗାଁ ନିକଟସ୍ଥ ଜଙ୍ଗଲରେ ମାଫିଆମାନେ କୁଡ଼ିଆ ଘରଗୁଡିକରେ ମାଟି ତଳେ ବିପୁଳ ପରିମାଣର ଗଂଜେଇ ପୋତି ରଖିଥିଲେ।ଖବର ପାଇବା ପରେ ଆର.ଉଦୟଗିରୀ SDPOଙ୍କ ନେତୃତ୍ବରେ ପୋଲିସ ଟିମ୍ ଚଢ଼ାଉ କରିଥିଲା। ବିପୁଳ ପରିମାଣର ଗଞ୍ଜେଇକୁ ମାଟି ଖୋଳି ଜବତ କରିଛି ପୋଲିସ। ମାଟି ଖୋଳି ତଳୁ ବଡ ଟ୍ରଙ୍କ ଓ ଡ୍ରମ୍ ଗୁଡିକରେ ଥିବା ୨ କୁଇଣ୍ଟାଲ ୧୦ କେଜି ଗଞ୍ଜେଇ ଜବତ କରିଛି ପୋଲିସ। ଜବତ ଗଞ୍ଜେଇକୁ ଏକଜୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଜନ କରଯାଇଥିଲା ଯାହାର ପରିମାଣ ଦୁଇ କୁଇଣ୍ଟାଲ ଦଶ କିଲୋ ଗ୍ରାମ ହୋଇଥିଲା । ଏମିତି କି ଏହାର ବଜାର ଦର ଦୁଇ କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ପୁଲିସ୍ ପକ୍ଷରୁ ସୁଚନା ଦିଆଯାଇଛି ।

ଅଧିକ ପଢନ୍ତୁ