ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ନେଇ ଶନିବାର ସକାଳେ ଏକ ଖବର ପ୍ରସାରିତ ହୋଇଥିଲା। ଯେଉଁଥିରେ ଛାତିରେ ଯନ୍ତ୍ରଣା ଯୋଗୁ ସେ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବାର ସୂଚନା ଥିଲା। ତେବେ ଏହି ଖବରକୁ ମିଥୁନଙ୍କ ପରିବାର ଲୋକେ ଅସ୍ୱୀକାର କରିଛନ୍ତି। ମାମଲାରେ ମିଥୁନଙ୍କ ବୋହୂ ମଦାଳସା ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ମିଥୁନ ସକାଳେ ହସ୍ପିଟାଲ ଯାଇଥିଲେ, ହେଲେ ରୁଟିନ ଚେକଅପ ପାଇଁ ବୋଲି ସେ କହିଛନ୍ତି। ତେବେ ତାଙ୍କର ହସ୍ପିଟାଲ ଆଡମିଟ ଖବରକୁ ଗୁଜବ ବୋଲି କହିଛନ୍ତି।
ଖବର ମୁତାବକ ଛାତିରେ ଯନ୍ତ୍ରଣା କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀ । ୭୩ବର୍ଷିୟ ମିଥୁନ ଚକ୍ରବର୍ତ୍ତୀ ଶନିବାର ସକାଳ ୧୦ଟା ସମୟରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଥିଲା । ସୂଚନା ଅନୁସାରେ ହସ୍ପିଟାଲରେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି । ଯାହା ମିଛ ଅଟେ