ମୁଖ୍ୟମନ୍ତ୍ରୀଙ୍କ ସହ ଫିଲ୍ମ ଦେଖିଲେ ବଲିଉଡ୍ କୁଇନ ତଥା ସାଂସଦ କଙ୍ଗନା ରଣାୱତ

ଓଡ଼ିଶାରେ ବଲିଉଡ୍ କୁଇନ ତଥା ସାଂସଦ କଙ୍ଗନା ରଣାୱତ ।  ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦେଖିଲେ ଫିଲ୍ମ ।  ଉତ୍କଳ କନିକା ଗ୍ୟାଲେରିଆରେ ନିଜ ଅଭିନୀତ ‘ଭାରତ ଭାଗ୍ୟ ବିଧାତା’ର ସ୍ପେସାଲ ପ୍ରିମିୟର ସୋ ଦେଖିଲେ କଙ୍ଗନା । ଏହି ସ୍ୱତନ୍ତ୍ର ସ୍କ୍ରିନିଙ୍ଗ୍ କାର୍ଯ୍ୟକ୍ରମରେ ‘ଭାରତ ଭାଗ୍ୟ ବିଧାତା’ ଚଳଚ୍ଚିତ୍ରର ପୁରା ଟିମ୍ ସଦସ୍ୟ, ଓଡ଼ିଶା ଚଳଚ୍ଚିତ୍ର ଜଗତର ଅନ୍ୟାନ୍ୟ ପ୍ରତିଭାବାନ ବ୍ୟକ୍ତିତ୍ୱ, ବହୁ ସଂଖ୍ୟାରେ ଗଣମାଧ୍ୟମର ପ୍ରତିନିଧି ଏବଂ ସ୍ଥାନୀୟ ସିନେପ୍ରେମୀ ଜନସାଧାରଣ ଏହି ସ୍ୱତନ୍ତ୍ର ଉତ୍ସବରେ ସାମିଲ ହୋଇଥିଲେ ।୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ବେଳେ ମୁମ୍ବାଇର କାମା ଆଣ୍ଡ ଅଲବ୍ଲେସ୍ ହସ୍ପିଟାଲାରେ ସ୍ବାସ୍ଥ୍ୟକର୍ମୀମାନେ କିଭଳି ଜୀବନକୁ ବାଜି ଲଗାଇ ୪୦୦ ରୋଗୀଙ୍କ ଜୀବନ ରକ୍ଷା କରିଥିଲେ ତାକୁ ନେଇ ଏହି ଫିଲ୍ମର କାହାଣୀ ।  ଫିଲ୍ମରେ ଜଣେ ସାହସୀ ନର୍ସଙ୍କ ଭୂମିକାରେ ଅଭିନୟ କରିଛନ୍ତି କଙ୍ଗନା ।  ଯିଏକି ମୃତ୍ୟୁର ଭୟ ସତ୍ତ୍ବେ ସ୍ବାସ୍ଥ୍ୟକର୍ମୀମାନଙ୍କ ନେତୃତ୍ବ ନେଇଥିଲେ ।  ଏହା ପୂର୍ବରୁ, ଆଜି ‘ବିଶ୍ୱ ପରିବେଶ ଦିବସ’ ଅବସରରେ ମୁଖ୍ୟମନ୍ତ୍ରୀ ଓ ଚଳଚ୍ଚିତ୍ର ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରାଣାବତ ‘ଏକ୍ ପେଡ୍ ମା କେ ନାମ୍’ ଅଭିଯାନରେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନଠାରେ ବୃକ୍ଷ ରୋପଣ କରିଛନ୍ତି ।

ଅଧିକ ପଢନ୍ତୁ