ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ ଯୋଡ଼ି ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନା ପୁଣି ଚର୍ଚ୍ଚାରେ । ନିଜ ଆଗାମୀ ଫିଲ୍ମ ‘ରଣବାଲି’ର ପ୍ରମୋସନ ପାଇଁ ଚେନ୍ନାଇରେ ପହଞ୍ଚିଥିବା ଏହି ଯୋଡ଼ି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଥାଲପତି ବିଜୟଙ୍କୁ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ପରେ ବିଜୟ ଦେବରକୋଣ୍ଡା ସୋସିଆଲ ମିଡିଆରେ ଫଟୋ ସେୟାର କରିବା ସହ ଏକ ଭାବପ୍ରବଣ ପୋଷ୍ଟ ଲେଖିଛନ୍ତି ।ରଶ୍ମିକା ଇନଷ୍ଟାଗ୍ରାମରେ ଦୁଇଟି ଫଟୋ ଶେୟାର କରିଛନ୍ତି। ପ୍ରଥମ ଫଟୋରେ ତିନିଜଣ ହସମୁଖ ମୁଦ୍ରାରେ ନଜର ଆସୁଛନ୍ତି; ମଝିରେ ଛିଡ଼ା ହୋଇଥିବା ଥାଲାପତି ବିଜୟ ଉଭୟ ରଶ୍ମିକା ଏବଂ ବିଜୟ ଦେବରକୋଣ୍ଡାଙ୍କ କାନ୍ଧ ଉପରେ ହାତ ରଖିଛନ୍ତି। ଦ୍ୱିତୀୟ ଫଟୋରେ ବିଜୟ ଦେବରକୋଣ୍ଡା ଥାଲାପତି ବିଜୟଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳୁଥିବା ବେଳେ ପଛପଟେ ରଶ୍ମିକା ହସୁଥିବାର ନଜର ଆସୁଛନ୍ତି।ବିଜୟ ଦେବରକୋଣ୍ଡାଙ୍କ ପାଇଁ ଥାଲପତି ବିଜୟଙ୍କ ସହ ଏହା ପ୍ରଥମ ସାକ୍ଷାତ ଥିଲା । ପ୍ରଥମ ଦେଖାରେ ହିଁ ଥାଲପତି ବିଜୟଙ୍କ ବ୍ୟକ୍ତିତ୍ୱ ଓ ଆତିଥ୍ୟରେ ସେ ଖୁବ୍ ପ୍ରଭାବିତ ହୋଇଛନ୍ତି । ସେ ନିଜ ପୋଷ୍ଟରେ ଲେଖିଛନ୍ତି ଯେ, ଦୀର୍ଘ ଦିନର କାମ ପରେ ମଧ୍ୟ ବିଜୟ ତାଙ୍କୁ ଅତ୍ୟନ୍ତ ଆତ୍ମୀୟତାର ସହ ସ୍ୱାଗତ କରିଥିଲେ । ଏହା ସହ ଜୀବନ, କାମ ଓ ଦୁନିଆ ବିଷୟରେ ଅନେକ ମୂଲ୍ୟବାନ ଅନୁଭୂତି ବାଣ୍ଟିଥିଲେ । ଅଭିନେତା ଲେଖିଛନ୍ତି, “ଥାଲପତି ବିଜୟ ସାରଙ୍କ ସହ ବହୁତ ସୁନ୍ଦର ସମୟ ବିତାଇଲି । ଏକମାତ୍ର ସାକ୍ଷାତରେ ହିଁ ସେ ମୋର ପ୍ରିୟ ହୋଇଗଲେ । ତାଙ୍କ ପ୍ରତି ମୋର ଭଲପାଇବା ଓ ସମ୍ମାନ ସବୁବେଳେ ରହିବ ।
