ପରଲୋକରେ ଯୋଗୀଙ୍କ ମାଆ । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମାଆ ସାବିତ୍ରୀ ଦେବୀଙ୍କ ଦେହାନ୍ତ ହୋଇଯାଇଛି । ସେ ୯୧ ବର୍ଷରେ ପ୍ରାଣ ହରାଇଛନ୍ତି । ତାଙ୍କ ମାଆଙ୍କ ଦେହାନ୍ତ ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବାରେ ବ୍ୟସ୍ତ ଥିଲେ।ବାର୍ଦ୍ଧକ୍ୟ ଜନିକ ରୋଗରେ ସେ ଦୀର୍ଘଦିନ ହେବ ପୀଡିତ ଥିଲେ । ଉତ୍ତରାଖଣ୍ଡର ଗଢଓ୍ୱାଲ ଜିଲ୍ଲାର ପଞ୍ଚୁର ଗ୍ରାମରେ ତାଙ୍କର ଦେହାନ୍ତ ହୋଇଥିବା ଜଣା ପଡିଛି ।ସାବିତ୍ରୀ ଦେବୀ ଗଢଓ୍ୱାଲ ଜିଲ୍ଲାର ପଞ୍ଚୁର ଗ୍ରାମରେ ରହୁଥିଲେ । ଏହା ଯୋଗୀଙ୍କ ପୈତୃକ ଗ୍ରାମ ଅଟେ । ତାଙ୍କ ପରିବାର ମଧ୍ୟ ଏହି ଗ୍ରାମ ସହ ଜଡିତ ଅଟନ୍ତି ।
ଯୋଗୀ ନିଜେ ଉତ୍ତରାଖଣ୍ଡରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିଲାଦିନ ପଞ୍ଚୁର ଗ୍ରାମରେ ବିତିଥିଲା । ତାଙ୍କ ପିତା ଆନନ୍ଦ ସିଂଙ୍କ ୨୦୨୦ରେ ପରଲୋକ ହୋଇ ସାରିଛି । ୨୦୨୨ ମେ ମାସରେ ଯୋଗୀ ଦୀର୍ଘ ବର୍ଷ ପରେ ପୈତୃକ ଗ୍ରାମକୁ ଯାଇଥିଲେ । ଏଠାରେ ସେ ମା ସାବିତ୍ରୀ ଦେବୀଙ୍କୁ ସାକ୍ଷାତ କରିଥିଲେ ।
