ମୃତ୍ୟୁ ବି ଏମିତି ଆସେ । ପୁଅର ମୃତ୍ୟୁ ଖବର ଶୁଣି ବାପାଙ୍କ ଆତ୍ମହତ୍ୟା

ଯାଜପୁର ମଙ୍ଗଳପୁର ଥାନାର ମାନସିଂହ ଗାଁରେ ଅଭାବନୀୟ ଘଟଣା ଘଟିଛି । । ପୁଅର ମୃତ୍ୟୁ ଖବର ଶୁଣି ବାପାଙ୍କ ଆତ୍ମହତ୍ୟା|ମଙ୍ଗଳପୁର ବଜାର ରେ ଷ୍ଟୁଡିଓ ବ୍ୟବସାୟ କରୁଥିବା ଷ୍ଟିମର ପଣ୍ଡାଙ୍କ ଦୋକାନରେ କାମ କରୁଥିବା ଜଣେ କର୍ମଚାରୀ ବିଷପାନ କରିଥିଲେ। ଚିକିତ୍ସା ସମୟରେ ସେ ଛାଟିପିଟି ହେଉଥିବା ବେଳେ ତାଙ୍କ ହାତ ଗୋଡ ଷ୍ଟିମରଙ୍କ ଛାତି ରେ ବାଜିଥିଲା। ଏଥିରେ ଷ୍ଟିମର ଗୁରୁତର ହୋଇ ଯାଇଥିଲେ। ତାଙ୍କୁ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରା ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପାଇ ବାପା ରସାନନ୍ଦ ଭାଙ୍ଗି ପଡ଼ିଥିଲେ। ଘର ନିକଟରେ ସ୍ଥାନୀୟ ପଡୋଶୀଙ୍କ ନିକରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବସି କଥା ହେଉଥିବାବେଳେ ଭୋରୁ ଘର ନିକଟରେ ଥିବା ଏକ ଆମ୍ବ ଗଛରେ ଗାମୁଛା ବାନ୍ଧି ଝୁଲି ପଡ଼ିଥିଲେ। ଖବର ପାଇଁ ସ୍ଥାନୀୟ ଯୁବକମାନେ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଂଚିବା ବେଳକୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏଥିନେଇ ମଙ୍ଗଳପୁର ପୁଲିସ ୨ ଟି ପୃଥକ ପୃଥକ ଘଟଣାରେ ଅପମୃତ୍ୟ ମାମଲା ରୁଜୁ କରି ତଦନ୍ତ କରୁଛି। ଏପଟେ ବିଷ ପିଇଥିବା ଯୁବକଙ୍କ ମଧ୍ୟ କଟକରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଅଧିକ ପଢନ୍ତୁ