ବଲିଉଡ ଅଭିନେତା ଶ୍ରେୟାସ ତଲପଡେ। ଡିସେମ୍ବର ୪ରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଯାଇଥିଲା। ଡିସେମ୍ବର ୧୪ରେ ସେ ‘ଓ୍ବେଲକମ୍ ଟୁ ଦ ଜଙ୍ଗଲ’ର ଶୁଟିଂ କରୁଥିଲେ। ଶୁଟିଂ ଶେଷ ହେବା ପରେ ତାଙ୍କୁ ଅସହଜ ଅନୁଭବ ହୋଇଥିଲା। ଡାକ୍ତରଖାନାରେ ପହଞ୍ଚିବା ପରେ ହୃଦଘାତ ହୋଇଥିବା ସେ ଜାଣିବାକୁ ପାଇଥିଲେ। ଡାକ୍ତରମାନେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରିଥିଲେ। ଅଭିନେତା ବର୍ତ୍ତମାନ ତାଙ୍କ ପରିବାରର ସହଯୋଗ ଏବଂ ତାଙ୍କ ପ୍ରଶଂସକଙ୍କ ପ୍ରାର୍ଥନା ସହିତ ସୁସ୍ଥ ହୋଇଛନ୍ତି। ନିକଟରେ ସେ ତାଙ୍କ ଜୀବନର ଏହି କଠିନ ପର୍ଯ୍ୟାୟ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି।ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଶ୍ରେୟସ କହିଛନ୍ତି, ପୂର୍ବରୁ ମୁଁ କେବେ ନିଜ ଜୀବନରେ ଡାକ୍ତରଖାନାରେ ଭର୍ତ୍ତି ହୋଇ ନ ଥିଲି।
ପୂର୍ବରୁ ପରିବାରରେ ଅନେକଙ୍କୁ ହୃଦଘାତ ହୋଇଛି। ପ୍ରଥମ ଥର ଲାଗି ଡାକ୍ତରଖାନା ଯିବା ପରେ ଅନୁଭବ ହେଲା ଯେମିତି ଜୀବନ ଅଛି ତ ସବୁକିଛି ଅଛି।ଏପରିକି ଗୋଡ଼ ଭାଙ୍ଗିବା ପାଇଁ ବି ନୁହେଁ। ତେଣୁ ମୋ ସହ ଏଭଳି କିଛି ହେବ ବୋଲି ମୁଁ ଜାଣିନଥିଲି। ଅଢ଼େଇ ବର୍ଷ ହେଲାଣି ମୁଁ ବିଶ୍ରାମ ନକରି କାମ କରୁଥିଲି। ଏମଧ୍ୟରେ ମୋତେ ଅଣନିଶ୍ବାସୀ ଲାଗିବାରୁ ମୁଁ ମୋର ସବୁ ପରୀକ୍ଷା କରାଇଥିଲି। କଲୋଷ୍ଟ୍ରଲ ଅଧିକ ଥିବାରୁ ମୁଁ ଔଷଧ ଖାଇବା ମଧ୍ୟ ଆରମ୍ଭ କଲି।ଏହି ସମୟରେ ହଠାତ ବାମ ହାତରେ ଯନ୍ତ୍ରଣା ହୋଇଥିଲା। ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କରିଥିଲି। ଧିରେ ଧିରେ ଏହା ବଢ଼ିଥିଲା ଯେ ଭ୍ୟାନିଟି ଭ୍ୟାନ୍ ଯାଏ ଯାଇପାରି ନ ଥିଲି। ଘରେ ପହଞ୍ଚିବା ପରେ ସ୍ତ୍ରୀ ଡାକ୍ତରଖାନା ନେଇଥିଲେ। ସେଠାରେ ମୋର ଚିକିତ୍ସା କରାଯାଇଥିଲା।ମୋର ଅବସ୍ଥା ଦେଖି ଡାକ୍ତର ତୁରନ୍ତ ସିପିଆର ଓ ଇଲେକ୍ଟ୍ରିକ୍ ସକ୍ ଦେବାରୁ ମୋର ଚେତା ଫେରିଥିଲା। ଏବେ ମୋତେ ଦ୍ବିତୀୟ ଜୀବନ ମିଳିଛି।