ମୃଦ୍ୟୁ ପାନୀୟ ଦେଇ ଘରୋଇ ସହାୟିକାଙ୍କୁ ଦୁଷ୍କର୍ମ

ମୃଦ୍ୟୁ ପାନୀୟ ଦେଇ ଘରୋଇ ସହାୟିକାଙ୍କୁ ଦୁଷ୍କର୍ମ । ରାଜଧାନୀର ପଟିଆ ଅଞ୍ଚଳରେ ଚାଞ୍ଚଲ୍ୟ । କୋଲଡ ଡ୍ରିଙ୍କସ ପିଇବାକୁ ଦେଇ ଘରୋଇ ସହାୟିକାଙ୍କୁ ଦୁଷ୍କର୍ମ କରିଛି ଘର ମାଲିକ । ଅଭିଯୋଗ ପାଇବା ପରେ ଅଭିଯୁକ୍ତକୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଉଛି ବାଲେଶ୍ୱର ଜିଲ୍ଲା ସୋରୋ ଥାନା ଅଞ୍ଚଳର ରଞ୍ଜନ କୁମାର ମହାରଣା । ରଞ୍ଜନ ପଟିଆ ଅଞ୍ଚଳରେ ଭଡ଼ାରେ ରହୁଥିବା ବେଳେ ମହିଳା ଜଣକ ତା’ ଘରେ ଘରୋଇ ସହାୟିକା ଭାବେ କାମ କରନ୍ତି । ମହିଳାଙ୍କ ସ୍ୱାମୀ ମଧ୍ୟ ଘରକୁ ଯିବାଆସିବା କରୁଥିବା ବେଳେ ପରସ୍ପରଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିଥିଲା । କୋଲଡ ଡ୍ରିଙ୍କସରେ ନିଶା ଦେଇ ଅଭିଯୁକ୍ତ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି ।ସୂଚନାଥାଉ କି, ରଞ୍ଜନ ପୀଡ଼ିତା ମହିଳାକୁ ନିଜ ଘରେ ରୋଷେୟା ଭାବେ ନିୟୋଜିତ କରିଥିଲେ। ସୋମବାର ସନ୍ଧ୍ୟା ୭ଟାରେ ମହିଳା ଜଣକ ତାଙ୍କ ଘରକୁ ରୋଷେଇ କରିବାକୁ ଯାଇଥିଲେ। ଏହି ସମୟରେ ଅଭିଯୁକ୍ତ ରଞ୍ଜନ ତାଙ୍କୁ ମୃଦୁ ପାନୀୟରେ ନିଶା ଔଷଧ ମିଶାଇ ପିଇବାକୁ ଦେବା ପରେ ବଳାତ୍କାର କରିଥିଲେ। ମହିଳା ଜଣକ ସକାଳୁ ଉଠିବା ପରେ ବଳାତ୍କାରର ଶିକାର ହୋଇଥିବା ଜାଣି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ରଞ୍ଜନ ରହୁଥିବା ଘରେ ଚଢାଉ କରି ତାଙ୍କୁ ଗିରଫ କରିଥିଲା।

ଅଧିକ ପଢନ୍ତୁ