ମେ ଆରମ୍ଭରୁ ରବି ଧାନ କିଣିବେ ସରକାର

ଆସନ୍ତା ମେ ମାସରୁ ରବି ଧାନ କିଣିବେ ସରକାର। ମେ 1 ତାରିଖରୁ ଧାନ କିଣା ଆରମ୍ଭ ହୋଇ ଜୁନ 30 ତାରିଖରେ ଶେଷ ହେବ। ଓଡ଼ିଶା ରାଜ୍ୟ ନାଗରିକ ଯୋଗାଣ ନିଗମ ଲିମିଟେଡ୍, PACS/LAMPS/ପାଣି ପଞ୍ଚାୟତ ଇତ୍ୟାଦି ମାଧ୍ୟମରେ ଚାଷୀଙ୍କ ଅତିରିକ୍ତ ଧାନ କ୍ରୟ କରାଯିବ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରତି କ୍ୱିଣ୍ଟାଲ ପିଛା 2369 ଟଙ୍କା ପ୍ରଦାନ କରାଯିବ।ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବ୍ୟତୀତ, କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର “କୃଷକ ସମୃଦ୍ଧି ଯୋଜନା” ଅଧୀନରେ ଇନପୁଟ୍ ସହାୟତା କ୍ୱିଣ୍ଟାଲ ପ୍ରତି 731 ଟଙ୍କା ପ୍ରଦାନ କରାଯିବ। ଏହି ବର୍ଷ ମଧ୍ୟ କେବଳ 20ଟି ଜିଲ୍ଲାରେ ଧାନ କିଣା କାର୍ଯ୍ୟ କରାଯିବ। ସରକାରଙ୍କୁ ବଳକା ଧାନ ଯୋଗାଇବାକୁ ଇଚ୍ଛୁକ ପ୍ରତ୍ୟେକ ଚାଷୀଙ୍କୁ ନିକଟସ୍ଥ ଅଧୂକୃତ ACS/LAMPCS, ପାଣି ପଞ୍ଚାୟତ ଇତ୍ୟାଦିରେ ବାଧ୍ୟତାମୂଳକ ଭାବରେ ନିଜର ନାମ ପଞ୍ଜୀକୃତ କରିବାକୁ ପଡିବ। PACS ଚାଷୀମାନଙ୍କ ଦ୍ବାରା ସେମାନଙ୍କର ବ୍ୟକ୍ତିଗତ, ଜମି, ବ୍ୟାଙ୍କ ବିବରଣୀ ସମ୍ପର୍କରେ ଦାଖଲ କରାଯାଇଥିବା ସୂଚନାକୁ ବାସ୍ତବ ସମୟରେ ଡିଜିଟାଇଜେସନ୍ କରିବ । ୱେବ୍-ଆଧାରିତ କୃଷକ ପଞ୍ଜୀକରଣ ସଫ୍ଟୱେର୍‌ ଆପ୍ଲିକେସନ୍ www.ppas.pdsodisha.gov.in ମାଧ୍ୟମରେ ବିଭାଗର ୱେବସାଇଟ୍, www.foododisha.in ରେ ଏହି ତଥ୍ୟ ଅପଲୋଡ୍ କରିବ।

ଅଧିକ ପଢନ୍ତୁ