ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରେ ଭଣ୍ଡାର ମେକାପ ସେବାୟତ ଦାଦା-ପୁତୁରା ହାତାହାତି ଘଟଣାରେ ଆକ୍ସନ୍। ବରିଷ୍ଠ ସେବାୟତ ନାରାୟଣ ମେକାପ ନିଲମ୍ବିତ କଲା ଶ୍ରୀମନ୍ଦିର ପ୍ରଶାସନ।ପ୍ରଥମ ଥର ପାଇଁ ରତ୍ନଭଣ୍ଡାର ଭିତରେ ବିଶୃଙ୍ଖଳା ହୋଇଛି । ବରିଷ୍ଠ ଅଧିକାରୀ, ତଦାରଖ କମିଟି ଅଧ୍ୟକ୍ଷ ଓ ଅନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ଭଣ୍ଡାର ମେକାପ ସେବକ ଦାଦା କିଶନ ମେକାପ ଓ ପୁତୁରା କୁନୁ ମେକାପ ହାତାହାତି ହେଇଛନ୍ତି । ପାଳିକୁ ନେଇ ଉଭୟ ପରିବାର ଭିତରେ ବିବାଦ ଥିଲା । ମଙ୍ଗଳବାର ଉଭୟ ରତ୍ନଭଣ୍ଡାର ଭିତରେ ପ୍ରବେଶ କରିବା ପରେ ପୁରୁଣା କଥାକୁ ଉଠାଇ ହାତାହାତି ହୋଇଥିଲେ ।
