ରଥଯାତ୍ରା ପାଇଁ କ୍ରାଇମବ୍ରାଞ୍ଚର ‘ସାଇବର ସାଥୀ’ ଅଭିଯାନ

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ସାଇବର ଠକେଇରୁ ରକ୍ଷା କରିବା ପାଇଁ ରାଜ୍ୟ ସିଆଇଡି-କ୍ରାଇମବ୍ରାଞ୍ଚ ପକ୍ଷରୁ ‘ସାଇବର ସାଥୀ’ ଅଭିଯାନ ଆରମ୍ଭ କରାଯାଇଛି। ରଥଯାତ୍ରା ସମୟରେ ବଢୁଥିବା ଅନଲାଇନ୍ ଠକେଇକୁ ରୋକିବା ପାଇଁ କ୍ରାଇମବ୍ରାଞ୍ଚ ଏବଂ ପୁରୀ ପୋଲିସ ମିଳିତ ଭାବେ ଏହି ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି।ପୁରୀ ଆସୁଥିବା ପର୍ଯ୍ୟଟକମାନେ ଅନ୍‌ଲାଇନ୍‌ରେ ହୋଟେଲ୍ ବୁକିଂ କରୁଥିବାର ଫାଇଦା ଉଠାଇ ଏହି ଅପରାଧୀମାନେ ନକଲି ୱେବ୍‌ସାଇଟ୍, ଫେକ୍ ଗୁଗଲ୍ ବିଜନେସ୍ ପ୍ରୋଫାଇଲ୍, ନକଲି ସୋସିଆଲ୍ ମିଡିଆ ପେଜ୍ ଏବଂ ଫେକ୍ ୟୁପିଆଇ କ୍ୟୁଆର୍ (QR) କୋଡ୍ ମାଧ୍ୟମରେ ଲୋକଙ୍କୁ ଠକୁଛନ୍ତି । ହୋଟେଲ୍ ବୁକିଂ ନାଁରେ ଅନେକ ଶ୍ରଦ୍ଧାଳୁ ଏହି ସାଇବର ଜାଲରେ ଫସି ନିଜର କଷ୍ଟର୍ଜିତ ଧନ ହରାଉଛନ୍ତି ।ଏହି ଅଭିଯାନ ଅଧୀନରେ ବର୍ତ୍ତମାନ ସୁଦ୍ଧା ୯ଟି ନକଲି (ଫେକ୍) ହୋଟେଲ ୱେବପେଜ୍‌କୁ ବନ୍ଦ କରାଯାଇଥିବା ବେଳେ, ରଥଯାତ୍ରା ସମ୍ପର୍କିତ ଭ୍ରମାତ୍ମକ ସୂଚନା ଓ ପ୍ରସାଦ ଦାନ ନାଁରେ ଠକେଇ କରୁଥିବା ୧୬ଟି ୟୁଆରଏଲ୍ (URL) କୁ ବ୍ଲକ୍ କରାଯାଇଛି।ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କୁ ସାଇବର ସୁରକ୍ଷା ପରାମର୍ଶ ଦେବା ପାଇଁ ବ୍ୟାପକ ପ୍ରଚାର କରାଯାଉଛି।ଓଡ଼ିଶା ପୋଲିସ ପକ୍ଷରୁ ସମସ୍ତ ଶ୍ରଦ୍ଧାଳୁଙ୍କୁ ଅପିଲ୍ କରାଯାଇଛି ଯେ, ସେମାନେ କେବଳ ବିଶ୍ୱସନୀୟ ଓ ଅଧିକାରିକ ସ୍ରୋତରୁ ହିଁ ହୋଟେଲ ବୁକିଂ କରନ୍ତୁ।

ଅଧିକ ପଢନ୍ତୁ